ୟୁପିରେ ବଡ଼ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ

ରବିବାର ଉତ୍ତର ପ୍ରଦେଶରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହେବାସହ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ସେହି ଅଂଚଳରେ ଚହଳ ସୃଷ୍ଟି ହୋଇଯାଇଥିଲା ।

ସୂଚନା ଅନୁଯାୟୀ ବାରବାଙ୍କି ଜିଲ୍ଲାର ରାମସନେହି ଥାନା ଅନ୍ତର୍ଗତ ବେସନପୁରବା ନିକଟରେ ବିହାରରୁ ଦିଲ୍ଲୀ ଯାଉଥିବା ଏକ ବସ ଓଲଟି ପଡିଥିଲା । ଏବଂ ଏହି ଦୁର୍ଘଟଣା ସମୟରେ ବସରେ ପ୍ରାୟ ସମସ୍ତ ଯାତ୍ରୀ ଶୋଇପଡ଼ିଥିଲେ ।

ଆହତ ମାନଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଚିକିତ୍ସା ସମୟରେ ଦୁଇଜଣ ପ୍ରାଣ ହରାଇଥିଲେ ।

ଖବର ଅନୁଯାୟୀ ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକ ମାନଙ୍କର ଚିହ୍ନଟ କରାଯାଇପାରି ନାହିଁ । କୁହାଯାଉଛି ଯେ ଗାଡି ଚଳାଉଥିବା ସମୟରେ ଡ୍ରାଇଭର ଶୋଇ ପଡ଼ିଥିବାରୁ ଏପରି ଏକ ଦୁର୍ଘଟଣା ଘଟି ଯାଇଥିଲା କିନ୍ତୁ ଡ୍ରାଇଭରର କହିବା ଅନୁଯାୟୀ ସ୍ଟେରିଙ୍ଗ କଟିଯିବା ଫଳରେ ବସ ଏକ ଡିଭାଇଡର ସହ ପିଟି ହୋଇଯାଇଥିଲା । ଯାହା ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.