Below header

ପୁରୀ ମଙ୍ଗୁ ମଠ ନ ଭାଙ୍ଗିବାକୁ ଅନୁରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ଵିଟ୍ କରି ଜଣାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ

ପୁରୀ (କେନ୍ୟୁଜ୍) : ଜଗନ୍ନାଥ ମନ୍ଦିର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମଠ ଭଙ୍ଗାଯାଉଛି । ବଡ଼ଦାଣ୍ଡ ଦୋଳଗୋବିନ୍ଦ ସାହି ନିକଟସ୍ଥ ମଙ୍ଗୁ ମଠ ଭାଙ୍ଗିବାକୁ ଯୋଜନା ହେଉଥିବା କୁହାଯାଉଛି । ଏହାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ୍ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ । ମଠ ନଭାଙ୍ଗିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ଇତିହାସ ପ୍ରସିଦ୍ଧ ତଥା ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ସଂପର୍କର ପ୍ରତୀକ ମଙ୍ଗୁ ମଠକୁ ଭାଙ୍ଗିବାକୁ ଓଡ଼ିଶା ସରକାର ପ୍ରସ୍ତୁତ ହେବା ବେଶ୍ ଦୁର୍ଭାଗ୍ୟଜନକ । ଏନେଇ ରିଟ୍ଵିଟ୍ କରି ପୁରୀ ସାଂସଦ ପିନାକୀ ମିଶ୍ର ଲେଖିଛନ୍ତି, ଏହି ମଠକୁ ଭଙ୍ଗାଯିବ ନାହିଁ । କେବଳ ଏହା ନିକଟରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.