Below header

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ, ରାଜକୋଟ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ। ନୂଆ ରଣନୀତି ନୂଆ ବ୍ରିଗେଡ ନେଇ ରାଜକୋଟ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ମ୍ୟାଚରେ ଡେବ୍ୟୁ କରିପାରନ୍ତି ୨ ଯୁବ ତାରକା ସରଫରାଜ ଖାନ ଓ ଧ୍ରୁବ ଜୁରେଲ । ଆହତ କାରଣରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ଦଳରୁ ବାଦ୍ ପଡ଼ିଛନ୍ତି ।

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ। ନୂଆ ରଣନୀତି ନୂଆ ବ୍ରିଗେଡ ନେଇ ରାଜକୋଟ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ମ୍ୟାଚରେ ଡେବ୍ୟୁ କରିପାରନ୍ତି ୨ ଯୁବ ତାରକା ସରଫରାଜ ଖାନ ଓ ଧ୍ରୁବ ଜୁରେଲ । ଆହତ କାରଣରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ଦଳରୁ ବାଦ୍ ପଡ଼ିଛନ୍ତି । ଜାଡେଜା ମଧ୍ୟ ଆହତ ହୋଇଥିଲେ । ମାତ୍ର ସେ ରାଜକୋଟରେ ଟିମ୍ ଇଣ୍ଡିଆ ସହିତ ଅଭ୍ୟାସ କରିଥିବାରୁ ଚୂଡ଼ାନ୍ତ ଏକାଦଶ ଖେଳିବାରେ ସ୍ଥାନ ପାଇପାରନ୍ତି ।

ଅଧିନାୟକ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ଆର ଅଶ୍ବିନଙ୍କୁ ବାଦ ଦେଲେ ପ୍ରାୟତଃ ନୂଆ ପିଢ଼ୀର ଖେଳାଳି ଦଳରେ ସାମିଲ ହୋଇପାରନ୍ତି । ବ୍ୟକ୍ତିଗତ କାରଣ ପାଇଁ ଖେଳିବେନି ବିରାଟ୍ କୋହଲି । ଏପଟେ ତୃତୀୟ ଟେଷ୍ଟରେ ଯଶପ୍ରୀତ ବୁମରାଙ୍କ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ ଏବେ ୧-୧ରେ ବରାବର ରହିଛି । ହାଇଦ୍ରାବାଦ ଟେଷ୍ଟକୁ ଇଂଲଣ୍ଡ ୨୮ ରନ୍ ରେ ଜିତିଥିବା ବେଳେ ବିଶାଖାପାଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ଭାରତ ୧୦୬ ରନରେ ଜିତିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.