Below header

ପ୍ରଥମ ଦିନିକିଆ : ଭାରତ ୨୫୫ରେ ଅଲ୍‌ଆଉଟ୍‌, ଏବେ ଦେଖିବା ଅଷ୍ଟ୍ରେଲିଆକୁ ରୋକି ପାରୁଛନ୍ତି ନା ନାହିଁ ବୋଲର୍‌

ମୁମ୍ବାଇ : ଲକ୍ଷ୍ୟ ଥିଲା ୩୦୦ ରନ୍‌ରୁ ଅଧିକ କରିବା । ହେଲେ ଓପ୍ନର ଶିଖର ଧବନ୍‌ ଏବଂ କେ.ଏଲ୍‌ ରାହୁଲଙ୍କ ବ୍ୟତୀତ ଅନ୍ୟ କେହି ଅଷ୍ଟ୍ରେଲିଆ ବୋଲର୍‌ଙ୍କ ସଠିକ୍‌ ମୁକାବିଲା କରି ପାରିଲେ ନାହିଁ । ଅନେକ ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆ ୫୦ ଓଭର୍‌ ଭିତରେ ଅଲଆଉଟ୍‌ ବି ହୋଇଗଲା । ଫଳରେ ଏଠାରେ ଆଜି ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଭାରତ ତାର ସମସ୍ତ ଓ୍ଵିକେଟ୍‌ ହରାଇ କରିଛି ୨୫୫ ରନ୍‌ (୪୯.୧ ଓଭର) । ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୨୫୬ ରନ୍‌ କରିବାକୁ ହେବ ।
ପେସ୍‌ ବୋଲର୍‌ ମିଚେଲ୍‌ ଷ୍ଟାର୍କ, କମିନ୍ସ ଏବଂ ରିଚାର୍ଡ଼ସନ୍‌ ଲଗାତର ଭାବେ ଅନ୍ୟ ଦଳ ବିପକ୍ଷରେ ସିରିଜ୍‌ ଜିତି ଆସୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଖୁବ୍‌ ହଇରାଣ କରିଥିଲେ । ପ୍ରଥମ ଓ୍ଵିକେଟ୍‌ ୧୩ ରନ୍‌ରେ ପଡ଼ିଥିଲା ଯେତେବେଳେ ରୋହିତ ଶର୍ମା (୧୦ ରନ୍‌) ଆଉଟ୍‌ ହୋଇଥିଲେ । ଏହା ପରେ ଧବନ୍‌ ଓ ରାହୁଲ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୧ ରନ୍‌ ଯୋଡ଼ିଥିଲେ । ଧବନ୍‌ ୭୪ ଏବଂ ରାହୁଲ ୪୭ ରନ୍‌ କରିଥିଲେ । ଏମାନେ ଖେଳକୁ ୨୭ ଓଭର ପର୍ଯ୍ୟନ୍ତ ଟାଣି ନେଇଥିଲେ । ହେଲେ ଏହାପରେ କେବଳ ଋଷଭ ପନ୍ତ (୨୮) ଓ ରବୀନ୍ଦ୍ର ଜାଡେଜା (୨୫)ଙ୍କ ଯୋଡ଼ି ୪୯ ରନ୍‌ର ଭାଗିଦାରୀ କରି ପାରିଥିଲେ । ପୁଣି ଶେଷ ଭାଗରେ ଶାର୍ଦ୍ଦୁଲ ଠାକୁର ୧୦ ବଲ୍‌ରୁ ୧୩ ରନ୍‌ ଏବଂ କୁଲଦୀପ ଯାଦବ ୧୫ ବଲ୍‌ରୁ ୧୭ ରନ୍‌ କରିବା ଫଳରେ ଦଳ ୨୫୦ ରନ୍‌ ଟପି ପାରିଥିଲା ।

AUSTRALIA TEAM

ଅଧିନାୟକ ବିରାଟ କୋହଲି ୧୪ ବଲ୍‌ ଖେଳି ୧୬ ରନ୍‌ କରିବା ପରେ ଆଡାମ୍‌ ଜାମ୍ପାଙ୍କ ଶିକାର ହୋଇଥିଲେ । କଙ୍ଗାରୁ ଦଳ ପକ୍ଷରୁ ଷ୍ଟାର୍କ ୩ ଏବଂ କମିନ୍ସ ଓ ରିଚାର୍ଡ଼ସନ୍‌ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।

ମୁମ୍ବାଇ : ବ୍ୟାଟିଂ ବେଳେ ଋଷଭ ପନ୍ତ ଆହତ ହୋଇଥିବାରୁ କେ.ଏଲ୍‌ ରାହୁଲ ଭରତ ପକ୍ଷରୁ ଓ୍ଵିକେଟ୍‌ କିପିଂ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.