ଦିନକ ପରେ ବାଜିବ ସେସୁର ଛାଟ, ଟାର୍ଗେଟରେ ଅଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ ୨୫ହଜାର ଟଙ୍କାରୁ ଅଧିକ ବାକି ରଖିଥିବା ଗ୍ରାହକ

କେନ୍ୟୁଜ୍(ବ୍ୟୁରୋ): ମଝିରେ ଆଉ ଦୁଇ ଦିନ। ସେସୁ ଅଧିନରେ ଉପଭୋକ୍ତାମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଲ୍‌ ପଇଠ ନ କଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ। ବିଦ୍ୟୁତ୍‌ କାଟ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୫ସୁଦ୍ଧା ବକେୟା ପୈଠ ନକଲେ ବିଦ୍ୟୁତ୍‌ କାଟ୍‌ ହେବ। ଏଥିପାଇଁ ୪୧୩ ସ୍କ୍ଵାଡ୍‌ ଗଠନ ହୋଇଛି। ସେସୁ SGM ମନୋଜ ସିଂ ଏନେଇ ସୂଚନା ଦେଇଛନ୍ତି। ତେବେ BPLବର୍ଗ ଗ୍ରାହକଙ୍କ ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ କଟିବନି। ଟାର୍ଗେଟରେ ରହିବ ବ୍ୟବସାୟିକ ପ୍ରତିଷ୍ଠାନ, ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବା ଉପଭୋକ୍ତା ଓ ୨୫ହଜାରରୁ ଅଧିକ ବାକି ଥିବା ଘରୁ ବିଦ୍ୟୁତକାଟ ହେବ। ବିଦ୍ୟୁତ କାଟ୍‌ ପାଇଁ ଚିହ୍ନଟ ହୋଇଛି ୧୧ ହଜାର ୩୯୭ଟି ଗାଁ। ଗତ ଏକ ମାସ ଭିତରେ ୧ ଲକ୍ଷ ୧୦ ହଜାର ଗ୍ରାହକ ୨୧ କୋଟି ଟଙ୍କାର ବକେୟା ପଇଠ କରିଛନ୍ତି । ବର୍ତ୍ତମାନ ୮ ଲକ୍ଷ ୯୫ ହଜାର ୪୫୯ ଉପଭୋକ୍ତାଙ୍କୁ ନୋଟିସ ହୋଇଛି । ବକେୟା ଅଛି ୧୪୯୪ କୋଟି ଟଙ୍କା । ଯେଉଁମାନେ ବକେୟାର ୩୦ ପ୍ରତିଶତ ଅର୍ଥ ୧୬ ତାରିଖ ଭିତରେ ପଇଠ କରିବେ ସେମାନଙ୍କ ବିଦ୍ୟୁତ୍‌ କାଟ ହେବ ନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.