ଭୁବନେଶ୍ବର: ଅଭିଯୋଗ କରିବାକୁ ଆସିଥିଲୁ କିନ୍ତୁ ପୁଅକୁ ଜେଲକୁ ପଠାଇ ଦେଲା ପୋଲିସ, ଥାନା ଆଗରେ ଧାରଣାରେ ବସିଲେ ସୁନୀଲଙ୍କ ମା

ଭୁବନେଶ୍ବର(କେନ୍ୟୁଜ୍): ଟିଣ୍ଡର ଆପ୍‌ରେ ଡେଟିଂ ଓ ବ୍ଲାକମେଲ୍‌ ଅଭିଯୋଗରେ ଗିରଫ ବ୍ୟାଙ୍କ ଅଧିକାରୀ ସୁନୀଲ ମିଶ୍ରଙ୍କୁ ଗିରଫ ପ୍ରତିବାଦରେ ଧାରଣା । ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣାରେ ବସିଛନ୍ତି ସୁନୀଲଙ୍କ ମାଆ ରଞ୍ଜିତା ମିଶ୍ର । ସେ କହିଛନ୍ତି, ଅଭିଯୋଗ କରିବାକୁ ଆସିଥିଲୁ । କିନ୍ତୁ ପୋଲିସ ତାଙ୍କ ପୁଅକୁ ଜେଲ୍‌ ପଠାଇ ଦେଲା । ଗତକାଲି ଗିରଫ ବ୍ୟାଙ୍କ ଅଧିକାରୀ ସୁନୀଲ ମିଶ୍ର ଓ ଯୁବତୀଙ୍କ ୩ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ହେଲେ ଯୁବତୀଙ୍କୁ ସିଆରପିସିର ଧାରା ୪୧ରେ ନୋଟିସ୍‌ ଦେଇ ଛାଡ଼ି ଦିଆଯାଇଥିଲା। ଏହାର ବିରୋଧ କରିଛନ୍ତି ସୁନୀଲଙ୍କ ମାଆ । ଯୁବତୀଙ୍କୁ କାହିଁକି ପୋଲିସ ଛାଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଆଧାରରେ ସୁନୀଲଙ୍କ ନାଁରେ ଆଇପିସିର ଧାରା ୩୨୮ ଓ ୩୭୬ରେ ରୁଜୁ ହୋଇଛି ମାମଲା । ଯୁବତୀ ଅଭିଯୋଗ ଆଣିଥିଲେ ଯେ, ବିନା ସହମତିରେ ନିଶା ଦେଇ ସୁନୀଲ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେହିପରି ସୁନୀଲ ଅଭିଯୋଗ ଆଣିଥିଲେ, ଯୁବତୀ ତାଙ୍କୁ ବ୍ଲାକମେଲ୍‌ କରି ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.