ସାବଧାନ ! ଆପଣ ହେଉନାହାନ୍ତି ତ ଏଭଳି ଫେକ୍‌ ଡେଟିଂର ଶିକାର

ଆଜିକାଲି ଡେଟିଂ ଆପ୍‌ ଯୁବପିଢୀଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇପାରିଛି। କାରଣ ଯୁବପିଢୀ ଏହା ମାଧ୍ୟମରେ ନିଜ ପାଇଁ ସାଥୀ ବାଛିଥାନ୍ତି। କିନ୍ତୁ ଏହି ଡେଟିଂ ଆପ୍‌ ରେ ଏଭଳି ଅନେକ ଫେକ୍‌ ପ୍ରୋଫାଇଲ୍‌ ରହିଛି, ଯାହାର ସିକାର ଅନେକ ପୁଅମାନେ ହୋଇଥାନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ ଝିଅମାନେ ମଧ୍ୟ ଏହି ପ୍ଲେଟଫର୍ମ ଜରିଆରେ ପୁଅମାନଙ୍କୁ ଠକିବା ପାଇଁ ଅନେକ ପ୍ରକାର ପ୍ରୟାସ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ ଜଣାଇବୁ , ଯାହାଦ୍ୱାରା ଆପଣମାନେ ଜାଣିପାରିବେ ଝିଅମାନେ ପୁଅଙ୍କୁ ଏହି ଆପ୍‌ ଜରିଆରେ ଚୂନା ଲଗାଇଥାନ୍ତି। ଏହି ଘଟଣା ବିଷୟରେ ଜାଣନ୍ତୁ ବିସ୍ତାରରେ।

fakeସାଇବର କ୍ରାଇମ୍‌ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ଲୋକମାନେ ଫେକ୍‌ ଡେଟିଂ େଓ୍ଵବସାଇଟ୍‌ ଚଲାଇଥାନ୍ତି, ସେମାନେ ସର୍ବପ୍ରଥମେ ମହିଳାଙ୍କର ନକଲି ପ୍ରୋଫାଇଲ କରି ଅପଲୋଡ କରିଥାନ୍ତି। ଏହାମାଧ୍ୟମରେ ଯୁବପିଢୀଙ୍କୁ ମେମ୍ବରସିପ୍‌ ନେବା ପାଇଁ ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍‌ର ଅଫର୍‌ ଦିଆଯାଇଥାଏ। ଏହାପରେ ରେଜିଷ୍ଟେସନ ପାଇଁ ୧ହଜାର ଟଙ୍କା ଦାବି କରାଯାଇଥାଏ। ରେଜିଷ୍ଟେସନ ପ୍ରକ୍ରିୟା ପୁରା ହେବା ପରେ ୟୁଜର୍ସ ଅର୍ଥାତ ଯୁବତୀ ପୁଅଙ୍କ ସହିତ ଫୋନରେ କଥା ହୋଇଥାନ୍ତି। କଥାବାର୍ତ୍ତା ମାଧ୍ୟମରେ ଯୁବକଙ୍କୁ ତିନି ରୁ ଚାରି ଲକ୍ଷ ଟଙ୍କା ଜମା କରିବା ପାଇଁ କୁହାଯାଇଥାଏ, ଯାହାଦ୍ୱାରା ସେ ନିଜ ପସନ୍ଦର ଝିଅ ସହିତ ଡେଟ୍‌ରେ ଯାଇପାରିବେ। ଏଥିସହ ତାଙ୍କ ଟଙ୍କା ଫେରାଇଦେବା ନେଇ ମଧ୍ୟ ତାଙ୍କୁ ଆଶ୍ୱାସନା ଦିଆଯାଇଥାଏ। ଏହାପରେ ଟଙ୍କା ଜମା କରିବା ପରେ ଯୁବତୀ କିଛି ସମୟ ଲଗାତାର କଥା ହୋଇଥାନ୍ତି ଏବଂ କିଛି ଦିନ ପରେ କଲ୍‌ ଆସିବା ମଧ୍ୟ ବନ୍ଦ ହୋଇଯାଇଥାଏ।

fake-ସୂଚନା ମୁତାବକ ଯେତେବେଳେ ଯୁବକଙ୍କୁ ନିଜ ପସନ୍ଦର ମହିଳା ମିଳିନଥାଏ ସେତେବେଳେ ତାଙ୍କୁ ଠକାମିର ଶିକାର ହେବାର ଅନୁଭବ ହୋଇଥାଏ। ଏହାପରେ ଯେତେବେଳେ ଯୁବକ ନିଜର ପଇସା ମାଗିଥାନ୍ତି, ସେତେବେଳେ ତାଙ୍କୁ ପୁଣି ୫ଲକ୍ଷ ଟଙ୍କା ଜମା କରିବା ପାଇଁ କୁହାଯାଇଥାଏ। ରିପୋର୍ଟ ଅନୁଯାୟୀ ଏହି ଫେକ୍‌ ଡେଟିଂ େଓ୍ଵବସାଇଟ୍‌ ପୋଲିସ୍‌ କବଳରୁ ରକ୍ଷା ପାଇବା ପାଇଁ ବାରମ୍ବାର ନିଜ ଅଫିସର ସ୍ଥାନ ପରିବର୍ତ୍ତନ କରିଥାଏ। କାରଣ ଯେପରି ପୋଲିସ୍‌ ସଠିକ୍‌ ଠିକଣା ପାଇପାରିବ ନାହିଁ। ଏଥିସହ ଲୋକମାନେ ଫିଚର ଫୋନ ବ୍ୟବହାର କରିଥାନ୍ତି। କେବଳ ଏତିକି ନୁହେଁ ଯେତେବେଳେ ଏହି ଲୋକଙ୍କୁ ସନ୍ଦେହ ହୋଇଥାଏ ପୋଲିସଙ୍କୁ ତାଙ୍କ ଠିକଣା ପଡିଯାଇଛି ସେହି ସମୟରେ ସେମାନେ ପୁରୁଣା ସିମ୍‌କୁ ନଷ୍ଟ କରି ନୂଆ ନମ୍ବର ଚାଲୁ କରିଥାନ୍ତି।

fake-1ଗତ ବର୍ଷ ନଭେମ୍ବରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ଯୁବତୀ ଅନେକ ପୁଅଙ୍କୁ ଡେଟିଂ ଆପ୍‌ ଜରିଆରେ ଠକାମିର ଶିକାର କରିଥିଲେ। କୋଲକାତାରେ ରହୁଥିବା ୨୫ ବର୍ଷିୟ ନିବେଦିତା ହାଇଦ୍ରାବାଦର ଅନେକ ପୁଅଙ୍କୁ ଚୂନା ଲଗାଇଥିଲେ। ନିବେଦିତା ଇଂରାଜୀରେ ପୋଷ୍ଟ ଗ୍ରାଜୁଏଟ୍‌ କିନ୍ତୁ ଏହାପରେ ସେ ଦୁଇ ବର୍ଷ ବେରୋଜଗାର ଥିଲେ। ଏହାପରେ ଯେତେବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ମାସକୁ ୨୦ ହଜାର ଟଙ୍କାର ଚାକିରିର ପ୍ରସ୍ତାବ ଦେଇଥିଲେ, ସେହି ସମୟରୁ ସେ ସାଙ୍ଗଙ୍କ କଥାରେ କଲ୍‌ ସେଣ୍ଟରରେ ।କାମ କରିବା ଆରମ୍ଭ କରିଥିଲେ। ନିବେଦିତା ନିଜର କାମ ସମ୍ପର୍କରେ ଘର ଲୋକଙ୍କୁ ମଧ୍ୟ କିଛି ଜଣାଇନଥିଲେ। ସୂଚନା ମୁତାବକ ଠିକ୍‌ ଦୀପାବଳି ଦିନ ପ୍ରଥମେ ବିଶାଖାପାଟଣା ପୋଲିସ କୋଲକାତାର ସାଇବର କ୍ରାଇମ ବିଭାଗ ଅଧିକାରୀ ତାଙ୍କ ଅଫିସରେ ଚଢାଉ କରି ୨୩ ଯୁବତୀଙ୍କ ସହ ୨୬ଜଣ ଲୋକଙ୍କୁ ଗିରଫ କରିଥିଲା।

Thai-girlsସୂଚନା ମୁତାବକ ନିବେଦିତା ଏବଂ ତାଙ୍କ ସହ କାମ କରୁଥିବା ଅନ୍ୟ ଯୁବତୀମାନେ ଯୁବକମାନଙ୍କୁ ମହିଳାମାନଙ୍କ ସହ ଡେଟିଂର ଲାଳସା ଦେଖାଇ ନିଜ ଜାଲରେ ଫସାଉଥିବାର ଅଭିଯୋଗ ରହିଥିଲା। ଏହି ଜରିଆରେ ଯୁବତୀମାନେ ଖାସ୍‌ ଫିସ୍‌ ମଧ୍ୟ ଜମା କରିବା ପାଇଁ କହୁଥିଲେ, ଯାହାର ମୂଲ୍ୟ ରହିଥିଲା ହଜାର ଏବଂ ଲକ୍ଷ ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.