ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ଉତ୍ତେଜନା, ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର

ସୁନ୍ଦରଗଡ(କେନ୍ୟୁଜ୍):   ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଓ ପଥରମାଡ଼ । ଘଉଡାଇବାକୁ ଯାଇ ପୋଲିସର ଲାଠି ଚାଳନା । ସୁନ୍ଦରଗଡରେ ଗତକାଲି ସିଏଏକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗତକାଲି କଥା ହାତାହାତିରେ ଥିବା ବେଳେ ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ପଥରମାଡ ହୋଇଛି । ପ୍ରଥମେ ପାଟିତୁଣ୍ଡ ଓ ପରେ ଝଗଡା ଉଗ୍ରରୂପ ନେଇଥିଲା । ପାଥର ମାଡରେ ୪ ଯୁବକଙ୍କ ମୁଣ୍ଡ ଫାଟିଥିବା ବେଳେ ୩ଟି ଗାଡି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳରେ ପୋଲିସ ଏସପି ପହଁଚିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା । ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ସିଏଏକୁ ନେଇ ବିଜେପି ସପକ୍ଷରେ ରାଲି କରୁଥିବା ବେଳେ କଂଗ୍ରେସ ଏହା ବିରୋଧରେ ସଭା କରିଥିଲେ । ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ମୁତୟନ କରାଯାଇଥିବା ସତ୍ତ୍ୱେ ଆଜି ଏହି ଘଟଣା ଉଗ୍ର ରୂପ ନେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.