୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓଟିଇଟି ପରୀକ୍ଷାର୍ଥୀ, ଘେରିଲେ ବୋର୍ଡ ଅଫିସ

କଟକ(କେନ୍ୟୁଜ୍):  ବୋର୍ଡ କାର୍ଯ୍ୟାଳୟ ଘେରିଲେ ଶତାଧିକ ପରୀକ୍ଷାର୍ଥୀ। ୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଟିଇଟି ପରୀକ୍ଷାର୍ଥୀ। ଅଭିଯୋଗ ଅନୁଯାୟୀ ଗତ ୨୦୧୯ ଜାନୁୟାରୀ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ତେବେ ବୋର୍ଡ କର୍ତ୍ତୁପକ୍ଷ ତଦନ୍ତ ନକରି ପରୀକ୍ଷା ବାତିଲ୍‌ କରିଦେଇଥିଲେ। ଫଳରେ ହତାଶ ହୋଇଥିଲେ ୨୨ହଜାରରୁ ଅଧିକ ପରୀକ୍ଷାର୍ଥୀ। ଏହା ପ୍ରତିବାଦରେ ଆଜି ବୋର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ ପରୀକ୍ଷାର୍ଥୀ। ଅନ୍ୟପଟେ ବୋର୍ଡ କର୍ତ୍ତୁପକ୍ଷ କହିଛନ୍ତି ସେମାନଙ୍କ ଦାବିକୁ ଗୁରୁତ୍ୱ ସହ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.