ବ୍ରହ୍ମପୁର ITI ଛାତ୍ରଛାତ୍ରୀଙ୍କ ନୂଆ ପ୍ରୟାସ, ସ୍ୱଳ୍ପ ମୂଲ୍ୟରେ ଇ-ସାଇକେଲ ତିଆରି କରି ଲୋକଙ୍କ ସେବାରେ ଲଗାଇବା ପାଇଁ କରୁଛନ୍ତି ପ୍ରଚେଷ୍ଟା

ସ୍ୱଳ୍ପ ମୂଲ୍ୟରେ ଇ-ସାଇକେଲ ତିଆରି କରି ଲୋକଙ୍କ ସେବାରେ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଛାତ୍ରଛାତ୍ରୀ। ଏଭଳି ଉଦ୍ୟମ କରି ଦେଖାଇଛନ୍ତି ବ୍ରହ୍ମପୁରରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ। ବଜାରରେ ଯେଉଁ ସାଇକେଲର ମୂଲ୍ୟ ୨୫ ହଜାର ଟଙ୍କା ପ଼ଡୁଛି। ତାହା ୮ ହଜାର ଟଙ୍କାରେ ଉପଲବ୍ଧ ହେଉଛି। ପିଲାଙ୍କ ଦ୍ୱାରା ନିର୍ମିତ ଏମିତି ଏକ ସାଇକେଲକୁ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଆଇଜରର ନିର୍ଦ୍ଦେଶକ ଉଦ୍‌ଘାଟନ କରିବା ସହ ଭୂୟସୀ ପ୍ରଂଶସା କରିଥିଲେ। ଏହି ଇ-ସାଇକେଲ ଦ୍ୱାରା ପରିବେଶ ସୁସ୍ଥ ରହିବା ସହ ପେଟ୍ରୋଲ କିଣାରୁ ମୁକ୍ତି ମିଳିବ ବୋଲି ଅଧ୍ୟକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.