ପିପିଲି: ଆଶ୍ଚର୍ଯ୍ୟ କରିଦେଉଛି କୁନି ବାଗ୍ମୀର ଅନର୍ଗଳ ଭାଷଣ, ଶୁଣିଲେ ଆପଣ ବି ଘଡିଏ ରହିଯିବେ

କେନ୍ୟୁଜ୍(ବ୍ୟୁରୋ): କୁନି ପିଲା ମୁହଁରେ ମହାପୁରୁଷଙ୍କ କଥା। ପିପିଲି ବାଲିଅନ୍ତା ବ୍ଲକ ମହୁଖଣ୍ଡା ।ଗଁର ଆରିନ୍‌ ପ୍ରଧାନ। ଆରିନଙ୍କୁ ମାତ୍ର ୪ ବର୍ଷ । ଏବେ ସେ ମହୁଖଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ପଢୁଛନ୍ତି। ହେଲେ ଅନର୍ଗଳ ଭାବେ ମୁହଁରୁ ବାହାରୁଛି ଭାଷଣ। ମାହାତ୍ମାଗାନ୍ଧିଙ୍କଠାରୁ ଆରମ୍ଭ କରି ଲାଲ୍‌ ବାହାଦୁର ଶାସ୍ତ୍ରୀ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏମିତି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକଥା । ତାଙ୍କ ଭାଷଣ ଶୁଣି ସମସ୍ତେ ଚକିତ ହୋଇଯାଉଛନ୍ତି। ଆରିନ୍‌ଙ୍କ ମାଉସୀ ଧାରୋଦବାଳା ସିଂସାମନ୍ତ ଆରିନଙ୍କୁ ଭାଷଣ ଦେବା ପାଇଁ ପ୍ରସ୍ତୁତ କରିଛନ୍ତି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.