ସହରରୁ ଗାଁ, ଯାଜପୁରରେ ଜମିବ ଉତ୍ସବ : କାଲି ଠାରୁ ଜିଲ୍ଲା ମହୋତ୍ସବ ଓ ବରୁଣେଶ୍ୱର ମେଳା

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଆସନ୍ତାକାଲି ଉଦଘାଟିତ ହେବ ୮ମ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦ । ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏଥିରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ରହିବେ ।
ଉଦଘାଟନୀ ସଂଧ୍ୟାରେ ବିଶିଷ୍ଟ ବଲିଉଡ ଗାୟକ ସୋନୁ ନିଗମ ଏବଂ ୧୭ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ନକାସ ଅଜିଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ବିଭିନ୍ନ ସଂଧ୍ୟାରେ ରାଜ୍ୟର ଲୋକକଳା , ଲୋକ ସଂଗୀତକୁ ବିଶେଷ ଗୁରୁତ୍ୱ ଦେବା ସହିତ ଓଲିଉଡ ଓ ବଲିଉଡ କକାକାରମାନଙ୍କ ଦ୍ୱାରା ପରିବେଶିତ ହେବ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ।

SONU NIGAMସେପଟେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ସହିତ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସାଂଗକୁ ମିନାବଜାର ର ମଧ୍ୟ ଆୟୋଜନ କରାଯାଇଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଜିଲ୍ଲାପାଳ ଓ ଏସପି ବାଳାଶ୍ରମ ପଡିଆକୁ ଯାଇ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ପରେ ପ୍ରସ୍ତୁତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

BARUNESWAR

ବାବା ବରୁଣେଶ୍ୱରଙ୍କ ପୀଠ ଚଳଚଞ୍ଚଳ

ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ବିଂଝାରପୁରର ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ମକର ସଂକ୍ରାନ୍ତି ଅବସରରେ ବାବା ବରୁଣେଶ୍ୱରଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଏଥିସହିତ ଏଠାରେ ୭ ଦିନ ଧରି ମେଳା ମଧ୍ୟ ଆୟୋଜନ କରାଯାଇଥାଏ । ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ମହୋତ୍ସବରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନା ବଜାର ଓ ଦୋଳିର ମଜା ଉଠାଇବେ ଲୋକେ । ଏହା ସହିତ ରାଜ୍ୟର ପ୍ରତିଷ୍ଠିତ ଅପେରାମାନଙ୍କ ପକ୍ଷରୁ ଯାତ୍ରା ପରିବେଶିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.