ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଭାରତ ଆସିପାରନ୍ତି ଡୋନାଲଡ୍‌ ଟ୍ରମ୍ପ, ନୂଆଦିଲ୍ଲୀ ଓ ୱାଶିଂଟନର ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ମାସରେ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ସେ ଆସିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଆସିବେ । ଏନେଇ ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କଥାବାର୍ତ୍ତା । ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ବେଳେ ଟ୍ରମ୍ପଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବଥିବାରୁ ସିନେଟରେ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଭାରତ ଆସିପାରନ୍ତି ବୋଲି ଜଣାପଡ଼ିଛି । ଯଦି ସେ ଭାରତର ନିମନ୍ତ୍ରଣ ରକ୍ଷା କରି ଆସିବେ, ଏହା ହେବ ଆମେରିକା ରାଷ୍ଟ୍ରପତି ଭାବରେ ପ୍ରଥମ ଭାରତ ଗସ୍ତ । ଗତବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ଟ୍ରମ୍ପଙ୍କୁ ଆମନ୍ତ୍ରଣ କରିିଥିଲା ଭାରତ । ତେବେ ସେ କାର୍ଯ୍ୟବ୍ୟସ୍ତତା କାରଣରୁ ଆସି ପାରି ନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.