Below header

ଦ୍ବିତୀୟ ଥର ପାଇଁ କରୋନାର ଶିକାର ହେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍, କହିଲେ ଏମିତି କଥା

ଭାରତୀୟ ୱିକେଟ କିପର ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ରିଦ୍ଧିମାନ ଶାହ ପୁଣି ଥରେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍ ବାହାରିଥିବାବେଳେ ଦ୍ୱିତୀୟ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସେ ପୂର୍ବଭଳି କ୍ୱାରେଣ୍ଟାଇନରେ ରହିଛନ୍ତି । ସେ କହିଛନ୍ତି, ମୋ କ୍ୱାରେଣ୍ଟାଇନ୍ ଅବଧି ଶେଷ ହୋଇନି । ୨ଟି ପରୀକ୍ଷାରୁ ଗୋଟିଏ ନେଗେଟିଭ୍ ଓ ଅନ୍ୟଟି ପଜିଟିଭ୍ ରହିଛି । ମୁଁ ଏବେ ସୁସ୍ଥ ଅଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ କୌଣସି ପ୍ରକାରର ବିଭ୍ରାନ୍ତିକର କାହାଣୀ କିମ୍ବା ସୂଚନା ପ୍ରକାଶ ନକରିବାକୁ ଅନୁରୋଧ କରୁଛି ।’

ରିଦ୍ଧିମାନ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଗସ୍ତ ପୂର୍ବରୁ ଫିଟ୍ନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଇଂଲଣ୍ଡ ଗସ୍ତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.