Below header

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି ? ବିଭିନ୍ନ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଏବେ ଜୋର ଧରିଛି। କୁହାଯାଉଛି, ଭାରତର ଚଳିତ ବିଶ୍ୱକପ ଅଭିଯାନ ସହ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ଗତ କିଛି ସିରିଜ ଓ ବିଶ୍ୱକପ ମ୍ୟାଚ୍ ଦେଖିଲେ ଲାଗୁଛି ଧୋନି ପୂର୍ବ ଭଳି ଖେଳୁ ନାହାନ୍ତି। ଧିମା ବ୍ୟାଟିଂ ନେଇ ସମାଲୋଚନାର ଶିକାର ହେଉଛନ୍ତି ମାହି।

ନିଶ୍ଚିତ ପଢ଼ନ୍ତୁ: ସାବାସ୍ ଟିମ ଇଣ୍ଡିଆ : ପଡ଼ିଆ ଭିତରେ ଏମିତି କିଛି କଲା ଗର୍ବ ଗୌରବରେ…

ବିଶେଷ କରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଅପରାଜିତ ରହିଥିଲେ ବି ଦଳକୁ ଜିତାଇ ପାରି ନଥିଲେ। ସେହିପରି ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୫୨ ବଲରେ ୨୮ ରନ୍ କରିଥିଲେ ଧୋନି। ତାଙ୍କର ଏଭଳି ବ୍ୟାଟିଂକୁ ନେଇ ବହୁ ପୂର୍ବତନ କ୍ରିକେଟର ଓ କ୍ରୀଡ଼ା ସମୀକ୍ଷକ ପ୍ରଶ୍ନ ଉଠାଇଥିଲେ। ଧୋନିଙ୍କଠାରେ ଲାଗିଥିବା େଓ୍ଵଲ୍ ଫିନିସର ଛାପ ବି ଆଉ ଦେଖିବାକୁ ମିଳୁ ନାହିଁ। ଧୋନିଙ୍କ ଗତ ପ୍ରଦର୍ଶନ ଆଧାରରେ ସେ ଚଳିତ ବିଶ୍ୱକପ ପରେ କ୍ରିକେଟରୁ ସନ୍ୟାସ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.