ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ଜାଣନ୍ତୁ କେବେ ବେଳେ ହେବ କେଉଁ ଆରତୀ

ପୁରୀ(କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୬ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ସକାଳ ୭ଟା, ଗୋପାଳ ବଲ୍ଲଭ ଭୋଗ ୮ଟାରୁ ୯ଟା ମଧ୍ୟରେ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୩୦ରୁ ୧୨ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ପହଣ୍ଡି ବିଜେ ହେବ। ୨ଟାରୁ ୩ଟା ମଧ୍ୟରେ ଛେରା ପହଁରା ହେବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.