Below header

 କିଏ ସମ୍ଭାଳିବେ କଂଗ୍ରେସ କମାଣ ? ରାହୁଲ କହିଲେ, ମୁଁ ଅଧ୍ୟକ୍ଷ ପଦରେ ନାହିଁ ହେଲେ ଇସ୍ତଫା ଦେଇ ସାରିଛି

କିଏ ସମ୍ଭାଳିବେ କଂଗ୍ରେସ କମାଣ? ରାହୁଲ ଗାନ୍ଧିଙ୍କ ପରେ କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ? ସାଧାରଣ ନିର୍ବାଚନ ପରେ କଂଗ୍ରେସ ଶିବିରରେ ଏନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ରାହୁଲ ଗାନ୍ଧିଙ୍କ ଇସ୍ତଫାପତ୍ର ସାର୍ବଜନୀନ ହୋଇଛି। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ନିଜେ ରାହୁଲ। ୪ ପୃଷ୍ଠାର ଇସ୍ତଫାପତ୍ରରେ ରାହୁଲ ଉଲ୍ଲେଖ କରିଛନ୍ତି, କଂଗ୍ରେସ ଦଳର ସେବା କରିବା ଗର୍ବର କଥା। ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ରାହୁଲ। ଖୁବଶୀଘ୍ର କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକରେ ଆଲୋଚନା କରି କିଏ ହେବେ ନୂଆ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ତାଙ୍କ ଇସ୍ତଫା ପରେ କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.