ବିଶ୍ୱକପ୍‌ : ଆଜି ଯିଏ ଜିତିବ ସେମିଫାଇନାଲ୍‌ରେ ପହଞ୍ଚିବ, ଇଂଲଣ୍ଡ ନା ନ୍ୟୁଜିଲାଣ୍ଡ ?

ଚେଷ୍ଟର-ଲି-ଷ୍ଟ୍ରିଟ୍‌ : ଏଠାରେ ଆଜି ଖେଳା ଯାଉଛି ଚଳିତ ବିଶ୍ୱକପ୍‌ର ୪୧ତମ ମ୍ୟାଚ୍‌ । ଟୁର୍ଣ୍ଣାମେଣ୍ଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳୁଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ୧୯ ଓଭର୍‌ ସୁଦ୍ଧା ଇଂଲଣ୍ଡ ଗୋଟିଏ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ କରିଥିଲା । ଯିଏ ଜିତିବ ସିଏ ଯିବ ସେମିଫାଇନାଲ୍‌କୁ । ପ୍ରଥମ ଦୁଇ ଦଳ ଭାବେ ଅଷ୍ଟ୍ରେଲିଆ ଓ ଭାରତ ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରି ସାରିଥିବା ବେଳେ ଆଜି ଯିଏ ଜିତିବ ସିଏ ହେବ ତୃତୀୟ ସେମିଫାଇନାଲିଷ୍ଟ ।

ଗତ ମ୍ୟାଚ୍‌ରେ ଭାରତକୁ ହରାଇ ଇଂଲଣ୍ଡ ଏବେ ୧୦ ପଏଣ୍ଟରେ ଅଛି । ସେହିପରି ନ୍ୟୁଜିଲାଣ୍ଡ ରହିଛି ୧୧ ପଏଣ୍ଟରେ । ଯଦି କୌଣସି କାରଣରୁ ମ୍ୟାଚ୍‌ରେ ପଏଣ୍ଟ ଭାଗ ହୁଏ ତେବେ ନ୍ୟୁଜିଲାଣ୍ଡ ୧୨ ପଏଣ୍ଟ ପାଇ ସେମିଫାଇନାଲ ଖେଳିବ ଆଉ ବିଦା ହୋଇଯାଇ ପାରେ ଆୟୋଜକ ଇଂଲଣ୍ଡ । କାରଣ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡର ଏହା ହେଉଛି ଶେଷ ମ୍ୟାଚ୍‌ ।

ନିଶ୍ଚିତ ପଢ଼ନ୍ତୁ: ଏକଦମ୍‌ ନୂଆ ଘଟଣା, ଧୋନି ଅପରାଜିତ ରହିଲେ ଓ ଚଳିତ ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ହାରିଲା

ଅନ୍ୟପକ୍ଷରେ ପଞ୍ଚମ ସ୍ଥାନରେ ଥିବା ପାକିସ୍ତାନ ୯ ପଏଣ୍ଟରେ ରହିଛି । ୫ ତାରିଖ ଦିନ ଏହି ଦଳ ତାର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ । ଏଥିରେ ବିଜୟୀ ହୋଇ ୧୧ ପଏଣ୍ଟ ପାଇଲେ ଏହାର ସେମିଫାଇନାଲ୍‌ ଯିବାର ଆଶା ସୃଷ୍ଟି ହେବ । ତେବେ ଆଜିର ମ୍ୟାଚ୍‌ରେ ଯଦି ନ୍ୟୁଜିଲାଣ୍ଡ ହାରିଯାଏ ତେବେ ପାକିସ୍ତାନ ବିଜୟ ପରେ ଏହାର ରନ୍‌ ରେଟ୍‌ ସହିତ ତୁଳନା କରାଯିବ । କାରଣ ଉଭୟ ଦଳ ୧୧ ପଏଣ୍ଟରେ ଥିବେ । ଆଉ ଯଦି ଇଂଲଣ୍ଡ ହାରି ଯାଏ ତେବେ ପାକିସ୍ତାନ ତାର ଶେଷ ମ୍ୟାଚ୍‌ ଜିତିଲେ ଚତୁର୍ଥ ଦଳ ଭାବେ ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିବ ।

POINT TABLE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.