Below header

କଣ ରହିଛି ୫ଜି ଟେକ୍ନୋଲୋଜିର ଫାଇଦା, କେତେ ରହିବ ଏହାର ଡାଉନଲୋଡିଂ ସ୍ପିଡ୍‌

ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ଡିଜିଟାଲ ମିଡିଆର ବ୍ୟବହାର ଦେଖି ଏବେ ସରକାର ୫ଜି ନେଟଓ୍ଵର୍କର ପରୀକ୍ଷଣ ଆରମ୍ଭ କରିଛନ୍ତି । ଏନେଇ ଖୁବ ଶୀଘ୍ର ଦେଶରେ ୫ଜି ସର୍ଭିସର ବ୍ୟବହାର ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ ଆପଣଙ୍କ ମନରେ ଆସୁଥିବା କଣ ରହିବ ୫ଜି ସର୍ଭିସ ଫାଇଦା। ଆଜି ଆମେ ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବାକୁ ଯାଉଛୁ।

ନିଶ୍ଚିତ ପଢ଼ନ୍ତୁ : ୩୦୦୦ କିଲୋମିଟର ଦୂରରେ ବସି ଡାକ୍ତର କଲେ ଅସ୍ତ୍ରୋପଚାର, ସଫଳ ହେଲା ୫ଜି ନେଟୱର୍କ ପରୀକ୍ଷଣ

-୫ଜି ନେଟଓ୍ଵର୍କ ସବୁ ସ୍ଥିତିରେ ୪ଜି ନେଟଓ୍ଵର୍କରୁ ଭଲ ରହିବ। ଏହାର ସ୍ପିଡ୍‌ ୪ଜି ନେଟଓ୍ଵର୍କରୁ ଅଧିକ ରହିବ। ମେସେଜ୍‌ ପଠାଇବା ଏବଂ ପାଇବାରେ ଖୁବ କମ ସମୟ ଲାଗିବ। ହାଇ ବ୍ରାଣ୍ଡବେଥ ଏବଂ ଅଲଟ୍ରା ଲୋ ଲେଟେନ୍ସିରେ ସମସ୍ତ କାମ ଖୁବ ସହଜରେ ସମ୍ଭବପର ହେବ ଯାହା କରିବାକୁ ପୂର୍ବରୁ କଷ୍ଟ ହେଉଥିଲା।

5G-Phones

କଣ ହେବ ୫ଜିର ଭବିଷ୍ୟ :

– ଅନେକ ବଡବଡ ମସିନର ବ୍ୟବହାର କରିପାରିବେ। ୫ଜି ନେଟଓ୍ଵର୍କର ବ୍ୟବହାର ପରେ ଅପରେଟିଂ ସାଇଟରୁ ଦୂରରେ ରହିଥିବା ବଡବଡ ମେସିନ୍‌ ସହଜରେ ଚାଲିପାରିବ । ଯାହା ବିପଦସଂକୁଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସହାୟତା କରିବ।

-ଡାକ୍ତରୀ କାମ ତଥା ଅସ୍ତ୍ରପଚାର ଆଦିକୁ ରୋବଟ ଦ୍ୱାରା କରାଯାଇପାରିବ। ତଥା ସଫଳ ଭାବେ ସର୍ଜରୀ କରିବାରେ ମଧ୍ୟ ଡାକ୍ତରୀ ଦଳକୁ ସୁବିଧା ହେବ। ଏହା ଦ୍ୱାରା ବଡବଡ ସର୍ଜରୀ ଖୁବ ସହଜରେ କରିହେବ।

mobile

-ଅଧିକ ସ୍ପିଡ ଏବଂ କମ ଲେଣ୍ଟେସି ପାଇଁ ୫ଜି ଜରିଆରେ ଏକା ସାଙ୍ଗରେ ଅନେକ ଡିଭାଇସ ଚାଲିପାରିବ।

-୫ଜି ସର୍ଭିସର ଆରମ୍ଭ ପରେ କୌଣସି ବ୍ୟକ୍ତି ଆରାମରେ ୩୦୦ଏମବିର ୭୫ଟି ଫଟୋକୁ ମାତ୍ର ୨ ସେକେଣ୍ଡରେ ଡାଉନଲୋଡ କରିପାରିବେ। ସେହିପରି ୫ଜିବିର ସିରିଜ୍‌ ମାତ୍ର ୮ ସେକେଣ୍ଡ ଏବଂ ୧୦୫ଜିବିର ବ୍ୟାକଅପକୁ ମାତ୍ର ୬୦ ସେକେଣ୍ଡରେ ଡାଉନଲୋଡ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.