କଟକରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

କଟକ(କେନ୍ୟୁଜ୍) : କଟକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ । ରାଜେନ୍ଦ୍ରନଗର ଅଞ୍ଚଳର ସାହିଲ ମହାପାତ୍ର ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସାହିଲଙ୍କୁ ଗତ ରବିବାରରୁ ଜ୍ୱର ହୋଇଥିବା ବେଳେ ନ କମିବାରୁ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି । ସାହିଲଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲରେ ରେ ଭର୍ତ୍ତି କରାଯାଇଛି । ସେପଟେ କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲାଯାଇଛି। ଏହି ଓ୍ଵାର୍ଡରେ ୫୦ରୁ ଅଧିକ ବେଡ୍ ରହିଛି। ଦରକାର ପଡ଼ିଲେ ଚକ୍ଷୁ ବିଭାଗ ମଧ୍ୟରେ ଏକ ବର୍ଦ୍ଧିତ ଡେଙ୍ଗୁ ଓ୍ଵାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଗତବର୍ଷ ଏସସିବିରେ ୮ ଜଣ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏସସିବିକୁ ଡେଙ୍ଗୁ ସନ୍ଦେହରେ ପ୍ରାୟ ୩୦ଟି ରୋଗୀଙ୍କ ନମୁନା ପରୀକ୍ଷଣ ପାଇଁ ଆସିଥିଲା ।