Below header

କଣ ଅଭିମାନ ? ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କଲେ ଅମ୍ବାତି ରାୟୁଡୁ

କ୍ରିକେଟକୁ ବାଏ ବାଏ କହିଲେ ଅମ୍ବାତି ରାୟୁଡୁ। ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-୨୦ରୁ ସେ ଅବସର ଘୋଷଣା କରିଛନ୍ତି। ଏନେଇ ସେ ବିସିସିଆଇକୁ ବିଧିବଦ୍ଧ ଭାବରେ ଚିଠି ଲେଖି ଜଣାଇଛନ୍ତି। ଚଳିତ ବିଶ୍ୱକପ ଦଳରେ ତାଙ୍କୁ ସୁଯୋଗ ମିଳି ନଥିଲା। ଯାହାକୁ ନେଇ ନିରାଶ ହୋଇଥିଲେ ରାୟୁଡୁ। ସେ ଟିମ୍‌ ଇଣ୍ଡିଆ ପାଇଁ ୫୫ଟି ଦିନିକିଆ ଖେଳି ୧୬୯୪ ରନ୍‌ କରିଛନ୍ତି। ଓ ୬ଟି ଟି-୨୦ ଖେଳିଛନ୍ତି । ଟେଷ୍ଟ ମ୍ୟାଚ୍‌ ଖେଳି ନାହାନ୍ତି। ୨୦୧୩ ଜୁଲାଇ ୨୪ ତାରିଖରରେ ଦିନିକିଆରେ ଡେବ୍ୟୁ କରିଥିଲେ। ଶେଷ ଦିନିକିଆ ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ଖେଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.