Below header

ବଳିଦାନ ରୁ ମାରପିଟ୍ ପର୍ଯ୍ୟନ୍ତ . . ଏହି ସବୁ ସ୍ମୃତି ଏବଂ ବିବାଦ ପାଇଁ ମନେ ରହିବ ବିଶ୍ବକପ୍ ୨୦୧୯

ଦର୍ଶକଙ୍କୁ ଦେଇଗଲା କିଛି ଖଟା କିଛି ମିଠା ଅନୁଭୂତି। କ୍ରିକେଟର ଜନକ ଇଂଲଣ୍ଡକୁ ପିନ୍ଧାଇଗଲା ଚାମ୍ପୟନର ମୁକୁଟ । ଆଉ ପୁଣି ଚାରିବର୍ଷ ପରେ ଫେରିବା ପାଇଁ କଥା ଦେଇ ଚାଲିଗଲା ବିଶ୍ବକପ୍ ୨୦୧୯ । କେବଳ ଖେଳ ନୁହେଁ ଅନେକ ଘଟଣା ଏମିତି ଘଟିଯାଇଛି ଏହି ଟୁର୍ଣ୍ଣାମେଂଟରେ ଯାହା ସାରା ବିଶ୍ବର କରିଥିଲା ଦୃଷ୍ଟି ଆକର୍ଷଣ । ଧୋନିଙ୍କ ଗ୍ଲୋବ୍ସଠୁ ଆରମ୍ଭ କରି କଶ୍ମୀର ଯାଏ ଘଟଣା ଏହି ବିଶ୍ବକପରେ ବିବାଦରେ ସାମିଲ୍ ହୋଇଛି । ଆଉ କେଉଁଠି କ୍ରିକେଟ୍ ଫ୍ୟାନଙ୍କ ପାଗଳାମୀ ସମସ୍ତଙ୍କ ହୃଦୟ ଜିତି ନେଇଛି । ଆସନ୍ତୁ ଜାଣିବା ସେମିତି କିଛି ବିବାଦ ବିଷୟରେ ।

ଧୋନୀଙ୍କ ଗ୍ଲୋବ୍ସ ବିବାଦ :

dhoniସେନାଙ୍କ ବଳିଦାନ ବ୍ୟାଚକୁ ନିଜ ୱିକେଟକିପିଙ୍ଗ୍ ଗ୍ଲୋବ୍ସରେ ଲଗାଇ ଭିନ୍ନ ଏକ ବିବାଦକୁ ଜନ୍ମ ଦେଇଥିଲେ ଧୋନୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ସେନାକୁ ସମ୍ମାନ ଜଣାଇ ପାରା କମାଣ୍ଡୋଙ୍କ ଚିହ୍ନ ଥିବା ଗ୍ଲୋବସ ପିନ୍ଧିଥିବା ନଜର ଆସିଥିଲେ ଧୋନୀ । ଯାହାକୁ ବିବାଦ ଏମିତି ବଢିଥିଲା ଯେ ମୁହାଁମୁହିଁ ହୋଇଥିଲେ ଆଇସିସି ଏବଂ ବିସିସିଆଇ । ପରେ ଧୋନୀଙ୍କ ବିପକ୍ଷରେ ରାୟ ଶୁଣାଇଥିଲା ଆଇସିସି । ମହେନ୍ଦ୍ର ସିଂହ ଧୋନୀ ଓ୍ଵିକେଟ୍ କିପିଂ ସମୟରେ ଗ୍ଲୋଭସ୍ରେ ବଳିଦାନ ଲୋଗ ସହ ବିଶ୍ୱକପ୍ ଖେଳିପାରିବେ ନାହିଁ ବୋଲି କହିଥିଲା ଆଇସିସି ।

ଏହା ସହ ପଢନ୍ତୁ ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ସରଫରାଜଙ୍କ ହାଇ :
ଇଣ୍ଡିଆ ଠାରୁ ଲଜ୍ଜାଜନକ ପରାଜୟ ପାଇଁ ପାକ ଟିମ ଓ ଅଧିନାୟକ ସରଫରାଜ ଅମମ୍ମଦଙ୍କ ଉପରେ ବର୍ଷିଥିଲେ ପାକ୍ ଫ୍ୟାନ୍ । ହାରିବା ପରେ ନିଜ ଦେଶରେ ହିଁ ଟ୍ରୋଲ ହୋଇଥିଲେ ପାକ୍ ଖେଳାଳି । ଖାସ୍ କରି ବେଶୀ ବିବାଦକୁ ଆସିଥିଲେ କ୍ୟାପଟେନ୍ ସରଫରାଜ୍ । ସରଫରାଜଙ୍କ ହାଇ ମାରୁଥିବା ଭିଡିଓ ଜବରଦସ୍ତ ଭାଇରାଲ ହୋଇଥିଲା । ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରିଥିବା ପାକ ଫ୍ୟାନ କହିଥିଲେ ।

ସାନିଆ ମିର୍ଜାଙ୍କ ହୁକ୍କା ବିବାଦ :
sania mirzaଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକ ଖେଳାଳିମାନେ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାର ଖୁଲାସା କରିଥିଲା ପାକ ମିଡିଆ । ଭାରତ ସହ ମହା ଲଢେଇ ପୂର୍ବରୁ ପାକିସ୍ତାନ ଖେଳାଳିମାନେ ବାର୍ରେ ନଜର ଆସିଥିଲେ । ଭାଇରାଲ୍ ଭିଡିଓରେ ପାକ କ୍ରିକେଟର ହୁକ୍କା ଟାଣୁଥିବା ଦେଖାଦେଇଛି । ଭିଡିଓରେ ସୋଏବ ମଲ୍ଲିକଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ସୋଏବ ଓ ବାକି ପାକ ଖେଳାଳି ପିଚକୁ ଆସବାର ୭ଘଣ୍ଟା ପୂର୍ବରୁ ମଞ୍ଚେଷ୍ଟରର ଏକ ବାରରେ ବସି ହୁକ୍କା ଟାଣୁଥିବାର ନଜରରେ ଆସିଥିଲେ। ଆଉ ସେମାନଙ୍କ ସହ ଥିଲେ ସାନିଆ ମିର୍ଜା । ଯାହାକୁ ନେଇ ବିବାଦକୁ ଚାଲିଆସିଥିଲେ ସାନିଆ ।

କମଳା ରଙ୍ଗର ଜର୍ସି :
new jarsiଜୁନ୍ ୩୦ରେ ଇଂଲଣ୍ଡ ବିପକ୍ଷରେ କମଳା ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଜର୍ସି ଲଂଚ୍ ହେବା ପରେ ସମାଜବାଦୀ ପାର୍ଟିର ବିଧାୟକ ଅବୁ ଆସିମ୍ ଅଭିଯୋଗ ଆଣିଥିଲେ ଯେ ଏହା ପଛରେ ବିଜେପିର ନିଷ୍ପତ୍ତି ଅଛି । ସେହିପରି ମ୍ୟାଚ୍ ହାରିବା ପରେ ମେହବୁବା ମୁଫତି କହିଥିଲେ ନୂଆ ଜର୍ସି ପାଇଁ ହରିଲା ଟିମ୍ ଇଣ୍ଡିଆ । ଏପରିକି ସୋସିଆଲ୍ ମିଡିଆରେ ଟିମ୍ ଇଣ୍ଡିଆର ଏହି ଜର୍ସିକୁ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ସହ କରାଯାଇଥିଲା ।

ଏହା ସହ ପଢନ୍ତୁ ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

ଖରାପ ଅମ୍ପାୟରିଙ୍ଗ୍ :
ampairଏହି ବିଶ୍ବକପରେ ଅମ୍ପାୟରିଙ୍ଗ ଖୁବ୍ ଖରାପ ଥିଲା । କେବଳ ମୈଦାନରେ ଥିବା ଅମ୍ପାୟର ନୁହେଁ ଟିଭି ଅମ୍ପାୟର୍ ମଧ୍ୟ ଅନେକ ଭୁଲ୍ କରିଥିଲେ। ଫାଇନାଲ ମ୍ୟାଚରେ ତିନି ଥର ଭୁଲ୍ ନିର୍ଣ୍ଣୟ ଦେଇଥିଲେ ଅମ୍ପାୟର୍ । ଏହି ବିଶ୍ବକପରେ ୨୧ ଥର ଅମ୍ପାୟରଙ୍କ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି ।

ଚାରୁଲତା ପଟେଲ୍ :
charulatha kohliବାଂଲାଦେଶ –ଭାରତ ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୮୭ ବର୍ଷୀୟା ମହିଳା ପ୍ରଶଂସକ ଚାରୁଲତା ପଟେଲ୍ । ନିଜ ଦେଶର ଖେଳାଳିଙ୍କୁ ସପୋର୍ଟ କରିବା ପାଇଁ ହ୍ବିଲ ଚେୟାରରେ ବସି ଯେତେବେଳେ ଷ୍ଟାଡିୟମ୍ ପହଂଚିଥିଲେ ସେତେବେଳେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ବାଂଲାଦେଶ ବିପକ୍ଷରେ ବିଜୟ ପରେ ନିଜର ଏହି ଖାସ୍ ଫ୍ୟାନଙ୍କୁ ଭେଟିଥିଲେ ରୋହିତ୍ ଶର୍ମା ଏବଂ ବିରାଟ କୋହଲି । ଏହି ମୁହୂର୍ତ ସମସ୍ତଙ୍କ ମନକୁ ଜିତି ନେଇଥିଲା । ଯାହାର ଫଟୋକୁ ଟୁଇଟ୍ କରି କ୍ରିକେଟ୍ ୱର୍ଲ୍ଡ କପ୍ ଲେଖିଛି , ଜଣେ ଖାସ୍ ଫ୍ୟାନଙ୍କ ସହ ବିଜୟ ମନାଉଥିବା ମ୍ୟାନ୍ ଅଫ ଦି ମ୍ୟାଚ୍ ରୋହିତ ଶର୍ମା । ବିଜୟ ପରେ ଚାରୁଲତାଙ୍କ ଆଶୀର୍ବାଦ ନେଇଥିଲେ କ୍ୟାପଟେନ୍ କୋହଲି ଏବଂ ଶତକ ହାସଲକାରୀ ତଥା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିବା ରୋହିତ ଶର୍ମା ।

ଫ୍ରି କଶ୍ମୀର ବ୍ୟାନର :

kashmirଭାରତ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ଷ୍ଟାଡିୟମ ଉପରେ ବ୍ୟାନର ସହ ଏକ ବିମାନ ଉଡିଥିଲା । ଯେଉଁଥିରେ ଲେଖାଥିଲା ଜଷ୍ଟିସ୍ ଫର୍ କଶ୍ମୀର । ଏହି ଘଟଣା ପରେ ଆଇସିସିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ଭାରତୀୟ ଟିମର ସୁରକ୍ଷାକୁ ନେଇ ମୁହାଁମୁହିଁ ହୋଇଥିଲେ ଆଇସିସି ଏବଂ ବିସିସିଆଇ ।

ଜାଡେଜା – ମାଞ୍ଜରେକର ବିବାଦ :
jadejaଇଂଲଣ୍ଡରୁ ହାରିବା ପରେ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଥିଲେ ସଞ୍ଜୟ ମାଞ୍ଜରେକର । ଏହି ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ ଧୋନୀଙ୍କ ସହ ଲୋକେଶ୍ ରାହୁଲ । ଏପରିକି ଜାଡେଜାଙ୍କୁ ଭାଗ ଭାଗ କରି ପ୍ରଦର୍ଶନ କରୁଥିବା ଖେଳାଳି କହିଥିଲେ ଏହି ପୂର୍ବତନ ଖେଳାଳି । ଯାହାର ଉତ୍ତର ଟୁଇଟରରେ ଦେଇଥିଲେ ଜାଡେଜା । କହିଥିଲେ ଏହା ପରେ ବି ମୁଁ ଆପଣଙ୍କଠାରୁ ଦୁଇଗୁଣା ମ୍ୟାଚ୍ ଖେଳିଛି ଆଉ ଖେଳୁଛି ବି ।

ଏହା ସହ ପଢନ୍ତୁ ଟିମ୍ ଇଣ୍ଡିଆର କୋଚ ପଦରୁ ବିଦା ହୋଇପାରନ୍ତି ରବି ଶାସ୍ତ୍ରୀ, ବିଶ୍ବକପରେ ଭାରତର ପରାଜୟକୁ ହଜମ କରି ପାରୁନି BCCI

ସମର୍ଥକଙ୍କ ମଧ୍ୟରେ ମାରପିଟ୍ :

pakistan fanମୈଦାନ ମଧ୍ୟରେ ଚାଲିଥଲା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା । ଆଉ ପଡିଆ ବାହାରେ ହୋଇଥିଲା ପ୍ରଶଂସକଙ୍କ ମଧ୍ୟରେ ଲଢେଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାରର ବିଶ୍ବକପ୍ ମ୍ୟାଚ୍ ସମୟରେ । ଆଫଗାନିସ୍ତାନକୁ ଅତି ରୋମାଂଚକର ଭାବରେ ପରାଜୟ କରିବା ପରେ ଷ୍ଟାଡିୟମରେ ହୋଇଯାଇଥିଲା ଦଙ୍ଗା । ଉଭୟ ଦଳର ପ୍ରଶଂସକ ହୋଇଯାଇଥିଲେ ମୁହାଁମୁହିଁ ।

ଏହି ଫାଇଟ୍ ଉଭୟ ମୈଦାନ ବାହାରେ ଏବଂ ଭିତରେ ମଧ୍ୟ ଦେଖିବାକୁ ମିଳିଥିଲା । କିଛି ଆଫଗାନିସ୍ତାନ ସମର୍ଥକ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍ କରିବାକୁ ମଧ୍ୟ ପଛେଇ ନଥିଲେ । ଏହି ଘଟଣାର ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଛି ଆଇଆଇସିର ସୁରକ୍ଷାକର୍ମୀ ମୈଦାନ ମଧ୍ୟରେ କିଛି ସମର୍ଥକଙ୍କୁ କାବୁ କରିଛନ୍ତି । ତେବେ ପ୍ରଶଂସକ ଏବଂ ଆଫଗାନିସ୍ତାନ ଟିମ୍ ମଧ୍ୟରେ ହୋଇଥିବା ଠେଲାପେଲାରେ ଜଣେ ଖେଳାଳିଙ୍କ ବେକରେ ଆଘାତ ମଧ୍ୟ ଲାଗିଥିଲା ।

ଅନ୍ୟପଟେ ମୈଦାନ ବାହାରେ ମଧ୍ୟ ଦୁଇ ସମର୍ଥକଙ୍କ ମଧ୍ୟରେ ହୋଇଥିଲା ଜୋରଦାର ହାତାହାତି । ପରସ୍ପରକୁ ଜବରଦସ୍ତ ପିଟିଥିଲେ ଉଭୟ ପ୍ରଶଂସକ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.