Below header

୫ମ ଥର ପାଇଁ ଆଇପିଏଲ ଚମ୍ପିୟାନସ ଜିତିବା ଲକ୍ଷ୍ୟରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନସ ଟିମ

ଏଯାବତ ସର୍ବାଧିକ ଥର ଆଇପିଏଲ ଚମ୍ପିୟାନ ହୋଇଥିବା ମୁମ୍ବଈ ଇଂଡିଆନ୍ସ ଦଳ ଚଳିତ ବର୍ଷ ବି ଟ୍ରଫି ନିଜ ନାଁରେ କରିବା ପାଇଁ ଚେଷ୍ଟା ଜାରି ରଖିଛି । ମୁମ୍ବାଇ ଟିମର କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଉତ୍ତମ ପ୍ରଦର୍ଶନ କରିଥାଏ । ଖେଳରେ ଅନ୍ତିମ ମୁହୂର୍ତ୍ତରେ ବାଜି ପାଲଟୁଥିବା ଭାବେ ଜଣା ଶାନ୍ତ ସ୍ୱଭାବର ରୋହିତଙ୍କ ଉପରେ ଏଥର କିନ୍ତୁ ଏକ ବଡ ଦାୟିତ୍ୱ ରହିଛି । ମୁମ୍ବାଇ ଟିମର ବ୍ୟାଟିଙ୍ଗ ଖୁବ ଷ୍ଟ୍ରଙ୍ଗ ଥିବା ବେଳେ କୌଣସି ପ୍ରକାର ବୋଲିଙ୍ଗକୁ ବି ଏହା ସହଜରେ ସାମ୍ନା କରିପାରିବାର କ୍ଷମତା ରଖିଛି । କ୍ରିଶ ଲିନ, ସେରଫେନ ରଦରଫୋର୍ଡଙ୍କୁ ନେଇ ମୁମ୍ବାଇ ଦଳର ବ୍ୟାଟିଙ୍ଗ ଖୁବ ଷ୍ଟ୍ରଙ୍ଗ ରହିଛି । ରୋହିତଙ୍କ ବାଦ କ୍ରିଟିନ ଡିକକ, କିରନ ପୋଲାର୍ଡ, ଈଶାନ କିଷାନ,

ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ମାନଙ୍କୁ ନେଇ ମୁମ୍ବାଇ ଦଳର ସ୍ଥିତି ଖୁବ ଷ୍ଟ୍ରଙ୍ଗ ରହିଛି ।
ବ୍ୟାଟିଙ୍ଗ ବ୍ୟତୀତ ବୋଲିଙ୍ଗରେ ବି ଦଳର ସ୍ଥିତି କିଛି କମ ନାହିଁ । ଯଶପ୍ରୀତ ବୁମରାହା, ଟେଣ୍ଟ ବୋଲ୍ଟ, ମିଶେଲ ମେକଲେନାଘନ, ନାଥନ କୁଳତାର ନାଇଲ, ଧବଳ କୁଲକର୍ଣ୍ଣିଙ୍କ ପରି ଦ୍ରୁତ ବୋଲର ବି ସାମିଲ ଅଛନ୍ତି । ମୁମ୍ବାଇ ଇଣ୍ଡିୟାନ୍ସଙ୍କ ସହ ରାହୁଲ ଚହାର, ପ୍ରିନ୍ସ ବଳବନ୍ତ ରାୟ ସିଂହ, ଦିଗବିଜୟ ଦେଶମୁଖଙ୍କ ପରି ଯୁବ କ୍ରିକେଟର ବି ଅଛନ୍ତି । କିନ୍ତୁ ସ୍ପିନିଂଙ୍ଗରେ ଦଳ କିଛିଟା ଦୁର୍ବଳ ଥିବା ବେଳେ ଅଭିଙ୍ଗତା ସମ୍ପର୍ଣ୍ଣ ଖେଳାଳି ମାନେ ଏହାକୁ ଆଡେଇ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.