ଏବେ କରଣ ଜୋହରଙ୍କ ଉପରେ ଏନ୍‌ସିବିର ନଜର, ଜେରା ପାଇଁ ଖୁବ୍‌ଶୀଘ୍ର ହେବେ ହାଜର

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍‌ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଏବେ ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ଆସିଛନ୍ତି। ସୂଚନା ମୁତାବକ ଏନ୍‌ସିବି ଏବେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଯାଞ୍ଚ କରିବ।

ସୂଚନାଯୋଗ୍ୟ ଯେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଥିଲା। ପାର୍ଟିରେ ଭିକ୍କି କୌଶଲ, ଦୀପିକା ପାଦୁକୋନ୍‌, ରଣବୀର କପୁର, ମଲାଇକା ଆରୋରା, ଅର୍ଜୁନ୍‌ କପୁର, ବରୁଣ ଧଓ୍ଵନ୍‌, ଅୟାନ୍‌ ମୁଖାର୍ଜୀ, ଜୋୟା ଅଖତର ପ୍ରମୁଖ କଳାକାର ଯୋଗ ଦେଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଏହି ସେଲିବ୍ରିଟିଙ୍କ ହାବଭାବ ଓ ବଡି ଲାଙ୍ଗୁଏଜ୍‌ ଦେଖି ସମସ୍ତେ ଡ୍ରଗ୍ସ ନେଇଥିବା ସନ୍ଦେହ କରାଯାଉଛି। ଏହି ଭିଡିଓକୁ ନିଜେ କରଣ ଜୋହର ସେୟାର କରିଥିଲେ।

deepika

ଶୁକ୍ରବାର ସନ୍ଧ୍ୟାରେ ଡ୍ରଗ୍ସ ମାମଲାରେ ବଡ଼ ଖୁଲାସା କରି ଏନ୍‌ସିବି କହିଥିଲା ଯେ ଡ୍ରଗ୍ସ କେସ୍‌ରେ ୧୫ ବଲିଉଡ୍‌ ସେଲିବ୍ରିଟିଙ୍କୁ ରାଡାରରେ ରଖାଯାଇଛି। ଜେରା ବେଳେ ଏନ୍‌ସିବି ସାମ୍ନାରେ ରିୟା ଏମାନଙ୍କ ନାଁ କହିଛନ୍ତି। ଏନ୍‌ସିବିର ଅଧିକାରୀ ସୂଚନା ଦେବା ଅବସରରେ କହିଛନ୍ତି ଏ ସମସ୍ତ ସେଲିବ୍ରିଟିଙ୍କ ନାଁରେ ଡ୍ରଗ୍ସ କାରବାର ନେଇ ଅଭିଯୋଗ ହୋଇଛି। ସମସ୍ତ କଳାକାର ‘ବି’ କାଟାରୋଗୀର ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.