Below header

ଷ୍ଟକ୍‌ ମାର୍କେଟ ଟିପ୍ସ : ଆଗାମୀ ଦିନରେ ଛୋଟ ଓ ମଧ୍ୟମ କମ୍ପାନୀର ସେୟାରରେ ହୋଇ ପାରନ୍ତି ଲାଲେଲାଲ୍‌, ଏହି ସବୁ‌ରେ ପୁଞ୍ଜି ନିବେଶ ହେବ ବୁଦ୍ଧିମାନୀ

ନୂଆଦିଲ୍ଲୀ : ମାର୍କେଟ ସ୍ଥିତି ଏବେ ମାନ୍ଦା । କରୋନା କାରଣରୁ ବିଶ୍ୱ ଅର୍ଥନୀତି ପ୍ରଭାବିତ । ଏହି ସମୟରେ ଭାରତ-ଚୀନ୍‌ ସୀମା ବିବାଦ ଓ ଜିଡିପିରେ ୨୩ ପ୍ରତିଶତରୁ ଅଧିକ ହ୍ରାସ ନେଇ ଅର୍ଥ ବିଶେଷଜ୍ଞଙ୍କ ବିଚାର ବିମର୍ଷ ଚାଲିଛି । ତେବେ ଏହି ସମୟରେ ରିଲାଏନ୍ସ ରିଟେଲ୍‌ର ସେୟାର ବିକ୍ରି ନେଇ ଖବର ଆସିବା ପରେ ରିଲାଏନ୍ସ ଷ୍ଟକ୍‌ରେ ୧୦ ପ୍ରତିଶତ ବୃଦ୍ଧି ହେବାର ଦେଖାଯାଇଥିଲା ।

ଏହା ଫଳରେ ନିଫ୍ଟରେ କିଛି ରିକଭରି ମିଳିଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ସବୁ ଷ୍ଟକ୍‌ ନିଜ ଉଚ୍ଚତମ ସ୍ତର ଠାରୁ ବହୁ ପଛରେ ଅଛନ୍ତି । ରିଲାଏନ୍ସ ରିଟେଲ୍‌ ସେୟାର୍‌ ଆଗାମୀ ଭବିଷ୍ୟତରେ ୨୫୦୦ ରୁ ୨୬୦୦ ଟଙ୍କା ଟାର୍ଗେଟ ସହ ବାୟ ରେଟିଙ୍ଗ୍‌ ଦେଇଛି । ତେଣୁ ଏହାକୁ ଦେଖିଲେ ଆଗାମୀରେ ଛୋଟ ଓ ମଧ୍ୟମ କମ୍ପାନୀର ସେୟାରରେ ଅଧିକ ଲାଭ ମିଳିବା ଆଶା ଦେଖାଯାଉଛି ।

stock-1

ଆଗାମୀ ଦିନରେ ଛୋଟ କମ୍ପାନୀର ସେୟାରରେ ସବୁଠୁ ଅଧିକ ଫାଇଦା ମିଳିବ । ଯେଉଁଥିପାଇଁ ମ୍ୟୁଚୁଆଲ୍‌ ଫଣ୍ଡ୍‌ସ ମଧ୍ୟମ କମ୍ପାନୀରେ ପ୍ରାୟ ୪୦ ହଜାର କୋଟି ନିବେଶ କରିବାକୁ ଚିନ୍ତା କରୁଛି । ଯେଉଁ କମ୍ପାନୀ ସବୁ ପିଛିଲା ୬ ମାସ ମଧ୍ୟରେ ୧୦୦ ପ୍ରତିଶତରୁ ୪୦୦ ପ୍ରତିଶତକୁ ବୃଦ୍ଧି ପାଇଛି ସେହି ସବୁ କମ୍ପାନୀର ଏକ ତାଲିକା ମ୍ୟୁଚିଆଲ୍‌ ଫଣ୍ଡ୍‌ସ୍‌ ପ୍ରସ୍ତୁତ କରିଥିବା ପ୍ରକାଶ କରିଛି ।

ଏହିସବୁ ତାଲିକାରେ ଥିବା କମ୍ପାନୀସବୁ ହେଲେ GMM Pfaudler, Tata Comm, Suven Pharma, Laurus Labs, Dixon Technologies, Essel Propack, ଜିନ୍ଦଲ୍‌ ଷ୍ଟିଲ୍‌, Jubilant Life, Indiamart Inter, KIOCL, Navin Fluo.Intl, ITI, NIIT Tech ଏବଂ Escorts । ଏଥିରେ ନିବେଶ କଲେ ହୋଇପାରନ୍ତି ଆପଣ ଲାଲେଲାଲ୍‌ ।

ତେବେ ସବୁଠୁ ଅଧିକ ଫାଇଦା Idea, Dish Tv, J K Bank, Bank of maharastra, Camlin Fine, Vipul Organics, Bajaj Consumer, CESC Ventures, NCC ଏବଂ Sanghi Industries ଭଳି କମ୍ପାନୀର ଷ୍ଟକରେ ଫାଇଦା ହେବ ବୋଲି ଆଶା କରାଯାଉଛି । ତେଣୁ ଏହିସବୁ କମ୍ପାନୀରେ ଅର୍ଥ ନିବେଶ କରିବା ନେଇ ଉପଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.