Below header

ହଜାର ହଜାର ଡଲାରରେ ବିକ୍ରି ହେଉଛି ଚାଉଳ ଅଖା, କିଣିବାକୁ ଲାଗିଛି ଲାଇନ୍‌; ଦେଖନ୍ତୁ ଫଟୋ

ହଜାର ହଜାର ଟଙ୍କାରେ ମିଳୁଛି ଚାଉଳ ଅଖା। ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ। ବିଦେଶରେ ଚାଉଳ ଅଖା ହଜାର ଟଙ୍କାରେ ବିକ୍ରି ହେଉଛି। ଅଖାକୁ ଟ୍ରେଣ୍ଡି ବ୍ୟାଗ୍‌ରେ ପରିଣତ କରି ହଜାର ହଜାର ଟଙ୍କାରେ ବିକ୍ରି କରାଯାଉଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ରେ ବାସୁମତୀ ଚାଉଳ ଅଖା ହଜାର ଟଙ୍କାରେ ବିକ୍ରି ହେଉଛି।

ଗତ ସପ୍ତାହରେ ଟ୍ଵିଟରରେ ଜଣେ ୟୁଜର ଏକ ବାସୁମତୀ ଚାଉଳ ଅଖାର ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ ମୋତେ ବିଶ୍ୱାସ ହେଉନି ଯେ ଏହା ସତ। ଏମିତି ଲାଗୁଛି ଯେମିତି ଚାଉଳ ବାହାର କରିଦିଆଯାଇ ଏହି ଅଖାକୁ ବିକ୍ରି କରାଯାଉଛି। ଏହି ଅଖାର ଦାମ୍‌ ଲେଖାଯାଇଛି ୧୫ ଡଲାର ବା ୧୧୦୦ ଟଙ୍କା।


ଏହି ଟ୍ଵିଟ୍‌କୁ ସେପ୍ଟେମ୍ବର ୫ ରେ ସେୟାର କରାଯାଇଥିଲା। ଏବେ ଯାଏଁ ଏଥିରେ ୭୫ ହଜାର ଲାଇକ୍‌ ମିଳିଥିବା ବେଳେ ୮ ହଜାର ଲୋକ କମେଣ୍ଟ କରିଛନ୍ତି। ଏଥିସହ ୯ ହଜାରରୁ ଅଧିକ ଥର ରିଟ୍ଵିଟ୍‌ କରାଯାଇଛି। କିଛି ଲୋକ ଏହାକୁ ରିସାଇକେଲର ସବୁଠୁ ବଢ଼ିଆ ଉପାୟ ବୋଲି କହିଛନ୍ତି। କିନ୍ତୁ ଦାମ୍‌ ୧୫ ଡଲାର ଥିବାରୁ ଅଧିକ ବୋଲି ମତ ଦେଇଛନ୍ତି। ତେବେ ଭାରତର ଏହି ଅଖା ବସ୍ତା ଏବେ ବିଦେଶରେ ଏତେ ଟଙ୍କାରେ ବିକ୍ରି ହେଉଥିବାରୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.