ଗଞ୍ଜାମ : ଦିଗପହଣ୍ଡି ତଲାସିଙ୍ଗି ଗାଁ ନିକଟ ଜମିରୁ କୁମ୍ଭୀର ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁ ନିକଟରେ ଥିବା ଜମିରେ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। କୁମ୍ଭୀରଟିକୁ  ଉଦ୍ଧାର ପରେ ଘୋଡାହାଡ ଜଳ ଭଣ୍ଡାରରେ ଛାଡି ଦିଆଯାଇଛି।

ଆଜି ଅପରାହ୍ନରେ ଏକ ଜମିରେ ଗୋଟିଏ କୁମ୍ଭୀର ଥିବାର ଥିବାର ଲୋକମାନେ ଦେଖିବାକୁ ପାଇଥିଲେ। କୁମ୍ଭୀରକୁ ଦେଖି ଲୋକେମାନେ ଭୟଭୀତ ହୋଇଯାଇଥିଲେ। ତାଥାପି କୁମ୍ଭୀରଟିକୁ  ଦେଖିବାକୁ ଲୋକେ ନାହିଁ ନଥିବା  ଭିଡ ଜମାଇଥିଲେ। ଏହା ପରେ ବନ ବିଭାଗକୁ ଖବର ଦିଆଯିବା ପରେ ବିଭାଗୀୟ କର୍ମଚାରୀ ପହଞ୍ଚି କୁମ୍ଭୀରକୁ  ଧରି ଜଳ ଭଣ୍ଡାରରେ ଛାଡି ଦେଇଥିଲେ।

ଘୋଡାହାଡ ଡ୍ୟାମରୁ କେନାଲରେ ଛଡାଯାଇଥିବା ବେଳେ ଡ୍ୟାମରୁ କୁମ୍ଭୀରଟି ଖସିଯାଇଥିଲା ବୋଲି ରେଞ୍ଜର କହିଛନ୍ତି। ଡ୍ୟାମରେ ମଗର ଜାତିର କୁମ୍ଭୀର ଓ ଗୋ-ମୁହାଁ କୁମ୍ଭୀର ଥିବା କହିଛନ୍ତି ରେଞ୍ଜର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.