Below header

କରୋନା ଠାରୁ ମୁକ୍ତ ଥିବା ଦୁନିଆର ଏକମାତ୍ର ମହାଦ୍ୱୀପ, ଯେଉଁଠି ଆଜି ବି ପହଞ୍ଚିନି କରୋନା

ଜୋହନ୍ସବର୍ଗ : ବିଶ୍ୱର ପ୍ରାୟ ସବୁ ଦେଶରେ କରୋନା ତା’ର କାୟା ବିସ୍ତାର କରିଛି । କୋଟି କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେବେ ଏମିତି ଏକ ଦେଶ ଅଛି ଯେଉଁଠି ଏଯାଏ କରୋନା ପ୍ରବେଶ କରିପାରିନାହିଁ । ସେଠାରେ ଲୋକେ ନା ମାସ୍କ ବ୍ୟବହାର କରୁଛନ୍ତି ନା ସୋସିଆଲ୍‌ ଡିଷ୍ଟାନ୍ସିଙ୍ଗ୍‌ । ଲୋକଙ୍କ ମିଳାମିଶାରେ ମଧ୍ୟ କିଛି ବାଧକ ନାହିଁ ।

ଆଣ୍ଟାର୍କଟିକାରେ ଅବସ୍ଥିତ ଏହି ଦେଶ । ଏହି ବରଫ ଆଚ୍ଛାଦିତ ଅଞ୍ଚଳରେ ମାସ ମାସ ଧରି ସୂର୍ଯ୍ୟ ଦେଖାଯାଏ ନାହିଁ । ବ୍ରିଟେନ୍‌ର ରୋଥେରା ରିସର୍ଚ୍ଚ ଷ୍ଟେସନ କ୍ଷେତ୍ର ମାର୍ଗ ଦର୍ଶକ ରାଓ ଟାୟଲର୍‌ କୁହନ୍ତି ’ହମାରା ଛୋଟା ସୁରକ୍ଷିତ ବୁଲ୍‌ବୁଲ୍‌ ହେ’ । କରୋନା ପୁର୍ବରୁ ମଧ୍ୟ ଏଠାରେ ଆସୁଥିବା ଲୋକଙ୍କ ପାଇଁ ଦୀର୍ଘକାଳୀନ ପୃଥକ ଘର, ଆତ୍ମ ନିର୍ଭରତା ଓ ମନୋବିଜ୍ଞାନିକ ଚାପ ଏକ ସାଧାରଣ କଥା ।

ଯାହାକୁ ବାକି ଦୁନିଆ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ହେଲେ ସାରା ଦୁନିଆ ଏବେ କରୋନା କବଳରେ ଥିଲା ବେଳେ ଆମେ ଏଥିରୁ ମୁକ୍ତ ରହିଛୁ । ଅନ୍ୟ ସବୁଠି ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ଅଭିଯାନ ଚାଲିଥିବା ବେଳେ ଆମେ ଏଠାରେ ସବୁଥିରୁ ମୁକ୍ତ । ଆମେ ଏଠାରେ ମିଶି ପାରୁଛୁ, ଜିମ୍‌ ଯାଇ ପାରୁଛୁ ଓ ସବୁ କିଛି ସହଜ ଭାବେ କରିପାରୁଛୁ ବୋଲି କୁହନ୍ତି ଟାୟଲର୍‌ ।

ଆମେ ଏଠାରେ ଇଣ୍ଟରନେଟ୍‌ ଜରିଆରେ ସାରା ଦୁନିଆର କରୋନା ମହାମାରୀ ସମ୍ପର୍କରେ ଜାଣିପାରୁଛୁ । ଏଠାରେ ୩୦ ଦେଶକୁ ନେଇ ଗଠିତ’ କାଉନ୍‌ସିଲ୍‌ ଅଫ୍‌ ମେନେଜର ଅଫ୍‌ ନେସ୍‌ନାଲ୍‌ ଆଣ୍ଟାର୍କଟିକା ପ୍ରୋଗ୍ରାମ’ କରୋନା ଭାଇରସକୁ ଦେଶ ବାହାରେ ରଖିବାକୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛି ବୋଲି କୁହନ୍ତି ଟାୟଲର୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.