କଙ୍ଗନାଙ୍କ ପାଇଁ ବଦଳିଲା ବିମାନଯାତ୍ରାର ନିୟମ, ଫଟୋ ଉଠାଇଲେ ଆଉ ଉଡ଼ିବନି ପ୍ଲେନ୍‌

ବିମାନରେ ଫଟୋ ଉଠାଇଲେ ସେହି ମାର୍ଗରେ ୨ ସପ୍ତାହ ଯାଏଁ ବନ୍ଦ ରହିବ ଉଡ଼ାଣ। ଶନିବାର ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(ଡିଜିସିଏ)। ଡିଜିସିଏର ନୂଆ ନିୟମ ଅନୁସାରେ ଯଦି କୌଣସି ବିମାନରେ କାହାକୁ ଫଟୋଗ୍ରାଫି କରୁଥିବା ଦେଖାଯାଏ ତେବେ ସେହି ମାର୍ଗରେ ୨ ସପ୍ତାହ ଯାଏଁ ସମସ୍ତ ଉଡ଼ାଣକୁ ରଦ୍ଦ କରିଦିଆଯିବ।

ରିପୋର୍ଟ ମୁତାବକ ବୁଧବାର ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଚଣ୍ଡୀଗଡ଼-ମୁମ୍ବାଇ ଯାତ୍ରା କରିଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ସୁରକ୍ଷା ଓ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଡିଜିସିଏକୁ ସୂଚନା ମିଳିଥିଲା। ଏନେଇ ଶୁକ୍ରବାର ଦିନ ଇଣ୍ଡିଗୋକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

kangana

ସୂଚନାଯୋଗ୍ୟ ଯେ ବୁଧବାର ଦିନ କଙ୍ଗନା ରାଣାଓ୍ଵତ ଚଣ୍ଡୀଗଡ଼ରୁ ମୁମ୍ବାଇ ଫେରୁଥିବା ବେଳେ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ବିମାନରେ ତାଙ୍କ ପ୍ରତିକ୍ରିୟା ନେବାକୁ ଭିଡ଼ ଜମାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିରାପତ୍ତା ଓ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଶନିବାର ଡିଜିସିଏ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.