ସ୍ମାର୍ଟଓ୍ଵାଚ୍‌ କିଣିବା ପୂର୍ବରୁ ଏହି ୪ଟି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ହଇରାଣ ହୋଇପାରନ୍ତି

ଆଜିକାଲି ଲୋକମାନେ ସାଧାରଣ ଘଣ୍ଟା ଅପେକ୍ଷା ସ୍ମାର୍ଟ ଓ୍ଵାଚ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଏହାର ଫିଚର ବିଷୟରେ ଜାଣିନଥିବାରୁ କିଣିବା ପରେ ହଇରାଣ ହେଉଛନ୍ତି। ଯଦି ଆପଣ ବି ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚିନ୍ତା କରୁଛନ୍ତି ତେବେ ୪ଟି ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ନଚେତ୍‌ ଆପଣ ସ୍ମାର୍ଟ ଓ୍ଵାଚ୍‌ ତ କିଣିଦେବେ କିନ୍ତୁ ଏହା ଫୋନ୍‌କୁ ସପୋର୍ଟ କରୁନଥିବ। ଏଣୁ ଓ୍ଵାଚ୍‌ କିଣିବା ପୂର୍ବରୁ କେତେକ ସୂଚନା ହାସଲ କରିବା ଜରୁରୀ। ଆସନ୍ତୁ ଜାଣିବା ସେ ବିଷୟରେ…

smart watch

  • ସ୍ମାର୍ଟ ଓ୍ଵାଚ୍‌ କିଣିବା ପୂର୍ବରୁ ପ୍ରଥମେ ଚେକ୍‌ କରନ୍ତୁ ତାହା କେଉଁ ଅପରେଟିଂ ସିଷ୍ଟମ୍‌କୁ ସପୋର୍ଟ କରୁଛି। ଅଧିକାଂଶ ସ୍ମାର୍ଟ ଓ୍ଵାଚ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ମଧ୍ୟରୁ କୌଣସି ଗୋଟିଏ ଭର୍ସନକୁ ସର୍ପୋଟ କରିଥାଏ। ଫଳରେ ସମସ୍ୟା ସୃଷ୍ଟି ହୁଏ। ଏଣୁ ଘଣ୍ଟା କିଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ତାହା ଆପଣଙ୍କ ଫୋନ୍‌କୁ ସପୋର୍ଟ କରୁଛି କି ନାହିଁ।
  • କମ୍‌ ଦାମର ସ୍ମାର୍ଟଓ୍ଵାଚ୍‌ରେ ପ୍ରାୟତଃ ଏଲସିଡି ଡିସ୍‌ପ୍ଲେ ହିଁ ମିଳେ। ଅନ୍ୟପଟେ ଆପଲ ଓ ସାମସଙ୍ଗ OLED ଡିସ୍‌ପ୍ଲେ ପାନେଲ ଦେଇଥାଏ। ଏଣୁ କମ୍‌ ଦାମର ସ୍ମାର୍ଟଓ୍ଵାଚ୍‌ କିଣିବାକୁ ଚାହୁଁଥିଲେ ଏମୋଲେଡ୍‌ ଡିସ୍‌ପ୍ଲେ ଯୁକ୍ତ ସ୍ମାର୍ଟଓ୍ଵାଚ୍‌ କିଣନ୍ତୁ। ଏହା ଖରାରେ ବି ଭଲ ଦିଶେ।
  • ସବୁବେଳେ ରନିଂ, ସ୍ୱିମିଂ ଓ ହର୍ଟ ରେଡ୍‌ ମନିଟର ଭଳି ଫିଚର ଥିବା ଓ୍ଵାଚ୍‌ କିଣନ୍ତୁ। ଏଥିସହ ଅକ୍ସିଜେନ୍‌ ମନିଟରିଂ ଫିଚର ବି ଗୁରୁତ୍ୱପୂର୍ଣ୍ଣ।
  • ଯେଉଁ ସ୍ମାର୍ଟଓ୍ଵାଚ୍‌ର ବ୍ୟାଟେରୀ ଲାଇଫ୍‌ କମ୍‌ସେ କମ୍‌ ଏକ ସପ୍ତାହ, ସେଭଳି ସ୍ମାର୍ଟ ଓ୍ଵାଚ୍‌ କିଣନ୍ତୁ। ଏଭଳି ଓ୍ଵାଚ୍‌ ଆପଣଙ୍କୁ ୫୦୦୦ ଟଙ୍କା ରେଞ୍ଜ୍‌ରେ ମିଳିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.