EPF vs PPF vs VPF vs NPS: ରିଟାୟାରମେଣ୍ଟ ପରେ କେଉଁ ଯୋଜନା ସବୁଠୁ ଅଧିକ ଲାଭ ଦେଇଥାଏ, ଜାଣନ୍ତୁ

ସମୟ ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି। ବିଶେଷଜ୍ଞଙ୍କ ମତରେ ସମସ୍ତଙ୍କୁ ଚାକିରିର ଆରମ୍ଭରୁ ହିଁ ରିଟାୟାରମେଣ୍ଟ ପାଇଁ ସେଭିଂ କରିବା ଜରୁରୀ। ଏହା ଦ୍ୱାରା ୬୦ ବର୍ଷ ବେଳକୁ ମୋଟା ଅଙ୍କର ଟଙ୍କା ଯୋଗାଡ଼ କରିବାରେ ସହଜ ହେବ। ରିଟାୟାରମେଣ୍ଟ ଫଣ୍ଡ ସହ ଜଡ଼ିତ ଅନେକ ଯୋଜନା ରହିଛି। ଏଥିମଧ୍ୟରେ କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍‌), ସାମାନ୍ୟ ଭବିଷ୍ୟ ନିଧି(ପିପିଏଫ୍‌), ସ୍ୱେଚ୍ଛିକ ଭବିଷ୍ୟ ନିଧି (ଭିପିଏଫ୍‌) ଓ ନ୍ୟାସନାଲ ପେନ୍‌ସନ୍‌ ସିଷ୍ଟମ୍‌(ଏନ୍‌ପିଏସ୍‌)ଆଦି ଯୋଜନା ରହିଛି। ଆସନ୍ତୁ ଜାଣିବା ଏହି ଯୋଜନା ମଧ୍ୟରୁ କେଉଁଟି ସବୁଠୁ ଉତ୍ତମ…

money

ଇପିଏଫ୍‌:

ଅଧିକାଂଶ କମ୍ପାନୀ କର୍ମଚାରୀଙ୍କ ପାଇଁ ଇପିଏଫ୍‌ ବାଧ୍ୟତାମୂଳକ କରିଛନ୍ତି। ଏଥିରେ କର୍ମଚାରୀଙ୍କ ବେସିକ୍‌ ସାଲାରୀ ଓ ଡିଏର ୧୨ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା ଓ ସମାନ ଅର୍ଥ କମ୍ପାନୀ ତରଫରୁ ଜମା କରାଯାଏ। ଇପିଏଫ୍‌ରେ ପେନ୍‌ସନ୍‌ ନିଧି ମଧ୍ୟ ସାମିଲ ହୋଇଥାଏ। ଅବସର ପରେ କର୍ମଚାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଏ। ବର୍ତ୍ତମାନ ତିନିମାସରେ ଇପିଏଫ୍‌ରେ ସୁଧହାର ୮. ପ୍ରତିଶତ ମିଳୁଛି। ତେବେ ଜରୁରୀକାଳୀନ ସ୍ଥିତିରେ କର୍ମଚାରୀ ଚାହିଁଲେ ଏହି ଅର୍ଥ ଉଠାଇପାରିବେ।

ପିପିଏଫ୍‌:

ରିଟାୟରମେଣ୍ଟ ଫଣ୍ଡରେ ନିବେଶ କରିବା ପାଇଁ ପବ୍ଲିକ୍‌ ପ୍ରେଭିଡେଣ୍ଟ ଫଣ୍ଟ ବା ପିପିଏଫ୍‌ ହେଉଛି ସବୁଠୁ ଭଲ ବିକଳ୍ପ। ଏହା ସରକାରଙ୍କ ଦ୍ୱାରା ସମର୍ଥିତ ସର୍ଭିଙ୍ଗ୍‌ ସ୍କିମ୍‌। ପିପିଏଫ୍‌ର ବିଶେଷତ୍ୱ ହେଉଛି ଏହା ଇଇଇ ଷ୍ଟାଟସ୍‌ ସହ ଆସୁଛି। ଅର୍ଥାତ୍‌ ଏହି ଯୋଜନାରେ ତିନି ଥର ପାଇଁ ସୁଧରେ ଛାଡ଼ ମିଳୁଛି। ଏହି ଯୋଜନାରେ ନିବେଶ କରି ନିବେଶକ ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କାର ଆୟକର ବଞ୍ଚାଇପାରିବେ। ଏହି ଯୋଜନା ୧୫ ବର୍ଷର ଲକ୍‌ ଇନ୍‌ ଅବଧି ସହ ଆସିଥାଏ। ନିବେଶକ ଚାହିଁଲେ ପରେ ଏହାର ଅବଧି ବଢ଼ାଇପାରିବେ। ଏହି ସମୟରେ ପିପିଏଫ୍‌ରେ ସୁଧ ହାର ୭.୧ ପ୍ରତିଶତ ମିଳେ।

epf

ଭିପିଏଫ୍‌:

ଇପିଏଫ୍‌ର ଉପର ସ୍ତର ହେଉଛି ଭିପିଏଫ୍‌। ଯେଉଁ ବ୍ୟକ୍ତିଙ୍କର ଇପିଏଫ୍‌ ଥିବ କେବଳ ସେ ହିଁ ଭିପିଏଫ୍‌ ଆକାଉଣ୍ଟ ଖୋଲିପାରିବେ। ଇପିଏଫ୍‌ ଭଳି ଏଥିରେ ମଧ୍ୟ ୮.୫ ପ୍ରତିଶତ ସୁଧ ମିଳିଥାଏ। କର୍ମଚାରୀ ଯଦି ନିଜ ବେସିକ୍‌ ସାଲାରି ଓ ଟିଏର ୧୨ ପ୍ରତିଶତରୁ ଅଧିକ ରାଶି ପିଏଫ୍‌ ଫଣ୍ଡରେ ଜମା କରୁଛନ୍ତି ତେବେ ତାହାକୁ ଭିପିଏଫ୍‌ ବା ସ୍ୱେଚ୍ଛିକ ଭବିଷ୍ୟ ନିଧି କୁହାଯାଏ।

ଏନ୍‌ପିଏସ୍‌:

୨୦୦୪ ମସିହାରେ ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ କରାଯାଇଥିଲା। ପରେ ୨୦୦୯ରେ ସାଧାରଣ ନାଗରିକଙ୍କ ପାଇଁ ଏହାକୁ ଲାଗୁ କରାଗଲା। ନ୍ୟାସନାଲ ପେନ୍‌ସନ୍‌ ସ୍କିମ୍‌ରେ ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକ ନିବେଶ କରିପାରିବେ। ଏହା ମ୍ୟୁଚୁଆଲ ଫଣ୍ଡ ଭଳି କାମ କରେ। ଏଥିପାଇଁ ପ୍ରତି ମାସରେ କିଛି କିଛି ଟଙ୍କା ଜମା କରିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.