ବୁମ ବୁମ ବୁମରାଙ୍କ ଜମାଣିଆ ବୋଲିଂ, ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଯଶପ୍ରୀତ ବୁମରା ୨୦ ରନରେ ୪ ଓ୍ଵିକେଟ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫୭ ରନରେ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନ କରି ଅଲ ଆଉଟ ହୋଇଯାଛି । କେବଳ ବାଟଲର ହିଁ ମୁମ୍ବାଇ ବୋଲରଙ୍କ ସଠିକ ସାମ୍ନା କରି ୪୪ ବଲରେ ୭୦ ରନ କରିଥିଲେ । ଅନ୍ୟ ସମସ୍ତେ ଫେଲ ମାରିଥିଲେ । ମୁମ୍ବାଇ ପକ୍ଷରୁ ବୋଲ୍ଟ ଓ ପାଟିନସନ ୨ଟି ଲେଖାଁ ଓ୍ଵିକେଟ୍ ନେଇ ଜାଜସ୍ଥାନକୁ ସହଜରେ ମାତ ଦେବାରେ ସହାୟକ ହୋଇଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ସେ ଏବଂ କୁଇଣ୍ଟନ୍ ଡି କକ୍ ପ୍ରଥମ ଓ୍ଵିକେଟ୍ରେ ୪୯ ରନ୍ ଯୋଡ଼ିଥିଲେ । ଡିକକ୍ ୧୫ ବଲ୍ରୁ ୨୩ ରନ୍ (୩ ଚୌକା ଓ ୧ ଛକା) ଏବଂ ରୋହିତ ୨୩ ବଲ୍ରେ ୩୫ ରନ୍ (୨ ଚୌକା ଓ ୩ ଛକା) କରି ଆଉଟ୍ ହୋଇଥିଲେ । ତେବେ ରୋହିତ ଆଉଟ୍ ହେବା ପରେ ଅଳ୍ପ ରନ୍ ବ୍ୟବଧାନରେ ଇଶାନ୍ କିଷାନ ଏବଂ କ୍ରୁନାଲ ପାଣ୍ଡ୍ୟା କମ୍ ରନ୍ରେ ଆଉଟ୍ ହେବା ଫଳରେ ସଂକଟ ଦେଖା ଦେଇଥିଲା ।
ଅବଶ୍ୟ ସୂର୍ଯ୍ୟ କୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳର ମୋଡ଼ ବଦଳାଇ ଦେଇଥିଲେ । ପଞ୍ଚମ ଓ୍ଵିକେଟ୍ରେ ୮୬ ରନ୍ ସଂଗ୍ରହ କରି ଦଳକୁ ୧୯୩ ରନ୍ରେ ପହଞ୍ଚାଇ ଦେଇଥିଲେ । ସୂର୍ଯ୍ୟ କୁମାର ୪୭ ବଲ୍ରେ ୭୯ ରନ୍ (୧୧ଟି ଚୌକା ଓ ୨ଟି ଛକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରେ ୩୦ ରନ୍ (୨ଟି ଚୌକା ଓ ୧ ଛକା) କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭର୍ରେ ମୁମ୍ବାଇ ୪ ଓ୍ଵିକେଟ୍ ହରାଇ ୧୯୩ ରନ୍ କରିଥିଲା । ସୂର୍ଯ୍ୟ କୁମାର ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଏହି ବିଜୟ ସହ ୮ ପଏଣ୍ଟ ପାଇଁ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲସ ସହିତ ସମକକ୍ଷ ହୋଇଛି ।