Below header

ଜାତୀୟ ଖେଳ ଦିବସ: କରୋନା ଯୋଗୁଁ ଚଳିତବର୍ଷ ଅନଲାଇନରେ ଦିଆଯିବ ରାଷ୍ଟ୍ରୀୟ ଖେଳ ପୁରସ୍କାର

ପ୍ରତିବର୍ଷ ଦେଶରେ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଏ। ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଏ। କରୋନା ଯୋଗୁଁ ପ୍ରଥମ ଥର ପାଇଁ ଏହା ରାଷ୍ଟ୍ରପତି ଭବନରେ ଆୟୋଜନ ନ ହୋଇ ଅନଲାଇନରେ ଆୟୋଜିତ ହେବ ଏବଂ ଅନଲାଇନରେ ହିଁ ରାଷ୍ଟ୍ରୀୟ ଖେଳ ପୁରସ୍କାର ପ୍ରଦାନ କରାଯିବ। ଚଳିତବର୍ଷ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଏହାକୁ ୭୪ ଜଣ ଲୋକଙ୍କୁ ପ୍ରଦାନ କରାଯିବ। ଯେଉଁଥିରେ ୬୪ କାର୍ଯ୍ୟକ୍ରମ ସାମିଲ ରହିବ।

୧୯୦୫, ଅଗଷ୍ଟ ଆଜିର ଦିନ ପ୍ରୟାଗରାଜଠାରେ ସେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ସେ ହକି ୱିଜାର୍ଡ ବା ହକିର ଯାଦୁଗର ନାମରେ ପରିଚିତ । ତାଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତି ବର୍ଷ ଜାତୀୟ ସ୍ତରରେ “କ୍ରୀଡ଼ା ଦିବସ” ଆୟୋଜିତ ହୋଇଥାଏ । ହକି ସହିତ ଧ୍ୟାନଚାନ୍ଦଙ୍କ ନାଁ ଖୁବ ନିବିଡ ଭାବେ ଜଡିତ । ଲଗାତାର ଭାବେ ୧୯୨୮ ର ଆର୍ମଷ୍ଟ୍ରଦାମ ଅଲମ୍ପିକ, ୧୯୩୨ ମସିହାର ଲସ ଆଞ୍ଜେଲସ ଅଲିମ୍ପିକ୍ସ ଓ ୧୯୩୬ ବର୍ଲିନର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ତାଙ୍କ ପିତା ସେନାରେ ଥିବା ବେଳେ ସେ ମଧ୍ୟ ସେନା ପାଇଁ ହକି ଖେଳୁଥିଲେ । ପିତାଙ୍କ ପଦାଙ୍କ ଅନୁଷରଣ କରି ମାତ୍ର ୧୬ ବର୍ଷ ବୟସରେ ଧ୍ୟାନଚାନ୍ଦ ସେନାରେ ଯୋଗ ଦେଇଥିଲେ ।

khelratna

ଖାଲି ଜଣେ ଖେଳାଳି ଭାବେ ନୁହେଁ ଜଣେ ଦେଶ ଭକ୍ତ ଭାବରେ ବି ଦେଶ ତାଙ୍କୁ ଚିର କାଳ ପାଇଁ ମନେ ରଖିବ । ତାଙ୍କ ଖେଳ ଶୈଳୀରେ ମୁଗ୍ଧ ହୋଇ ଜର୍ମାନ ଶାସକ ହିଟଲର ତାଙ୍କୁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ ଦେଶ ପାଇଁ ଏହି ସୁଯୋଗକୁ ପାଦରେ ଆଡେଇ ଦେଇଥିଲେ ଭାରତୀୟ କ୍ରୀଡା ଜଗତର ଏହି ଅଦ୍ଵିତୀୟ ତାରକା ।

ପ୍ରତି ବର୍ଷ ରାଷ୍ଟ୍ରପତି ଭବନରେ ଏହି ଦିବସ ପାଳିତ ହୁଏ । ଏ କ୍ଷେତ୍ରରେ ବିଶ୍ୱ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଥିବା ବିଜେତାଙ୍କୁ ଏହି ଉପଲକ୍ଷେ ଜାତୀୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଏ। ଜାତୀୟ କ୍ରୀଡ଼ା ଦିବସ ଅଧୀନରେ କ୍ରୀଡ଼ାବିତ୍ ଓ ପୂର୍ବତନ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ସମ୍ମାନ ଆଦିରେ ସମ୍ମାନିତ କରାଯାଏ । ଏଥିସହ ‘ଧ୍ୟାନଚନ୍ଦ’ ସମ୍ମାନ ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.