ଫିଲ୍ମ ‘ବ୍ଲାକ ପାନ୍ଥର’ ଅଭିନେତା ଚାଡଓ୍ଵିକ ବୋସମାନ୍‌ଙ୍କ ପରଲୋକ, ଦୀର୍ଘ ୪ ବର୍ଷ ହେଲା କ୍ୟାନସରରେ ଥିଲେ ପୀଡିତ

ହଲିଉଡର ସୁପରହିଟ୍ ଫିଲ୍ମ ବ୍ଲାକ୍ ପାନ୍ଥର୍( Black Panther )ର ଅଭିନେତା ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କର ମୃତ୍ୟୁ ଘଟିଛି। ମାର୍ବଲ ଷ୍ଟୁଡିଓ ଫିଲ୍ମ ‘ବ୍ଲାକ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଆସିଥିବା ଚାଡଓ୍ଵିକଙ୍କ ଦେହାନ୍ତ ୪୩ ବର୍ଷ ବୟସରେ ହୋଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହ ସଂଘର୍ଷ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ।

ଅଭିନେତାଙ୍କ ଦେହାନ୍ତ ଖବର ଶୁଣି ହଲିଉଡରେ ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍ସଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଅଭିନେତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

ଏହା ବିବୃତ୍ତିରେ ଲେଖା ହୋଇଛି- ଚାଡ଼ଓ୍ବିକ ପ୍ରକୃତ ଯୋଦ୍ଧା, ଚାଡୱିକ୍ ତାଙ୍କ ସଂଘର୍ଷ ଜରିଆରେ ଆପଣଙ୍କ ପାଖରେ ସମସ୍ତ ଚଳଚ୍ଚିତ୍ର ପହଞ୍ଚାଇପାରିଥିଲେ, ଯାହାକୁ ଆପଣ ବହୁତ ଭଲ ପାଉଥିଲେ। ଚାଡୱିକ୍ ଗତ ୪ ବର୍ଷରୁ ଅଭିନୟ ସହିତ ବୋସମାନ୍ ଅସ୍ତ୍ରୋପଚାର ଏବଂ କେମୋଥେରାପି ଜାରି ରଖିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.