Below header

ପଞ୍ଜାବ ଅମୃତଶରରେ ଭୁଶୁଡିଲା ବିଲ୍ଡିଂର ଛାତ, ଗୋଟିଏ ପରିବାରର ୩ମୃତ

ପଞ୍ଜାବ: ପଞ୍ଜାବର ଅମୃତଶରରେ ଅଘଟଣ । ଭୁଶୁଡି ପଡିଲା ଏକ ବିଲ୍ଡିଂର ଛାତ । ଯାହାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଅମୃତଶର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ ବିଲ୍ଡିଂର ଛାତ ଭୁଷୁଡି ପଡିଥିଲା ।

ମିଳିଥିବା ସୂଚନା ମୁତାବକ ରାତି ପାଖାପାଖି ୨ଟା ବେଳେ ଏହି ଅଘଟଣ ଘଟିଥିଲା । ବର୍ଷା ଯୋଗୁଁ ଛାତ ଭୁଶୁଡି ପଡିଥିବା ଜଣାପଡିଛି । ବର୍ତ୍ତମାନ ଉକ୍ତ ବିଲ୍ଡିଂ ଭିତରକୁ କାହାକୁ ଛଡାଯାଉନଥିବା ପୋଲିସ ଅଧିକାରୀ ପ୍ରଭାସ ସିଂ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.