ଆଜି ରାଜ୍ଯରେ ୩୦ଟି ଜିଲ୍ଲାରୁ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ସର୍ବାଧିକ ୧୪ମୃତ

ଭୁବନେଶ୍ବର: ଆଜି ରାଜ୍ଯରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୯୮୭ ଏବଂ ଲୋକାଲ୍ କେସରୁ ୧୨୬୫ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୯୭,୯୨୦ରେ ପହଁଚିଛି। ଏମାନଙ୍କ ୬୭,୮୨୬ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୯,୫୭୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 ସେହିପରି ଅନୁଗୁଳରୁ ୧୧, ବାଲେଶ୍ବରରୁ ୭୮, ବରଗଡରୁ ୧୪୬, ଭଦ୍ରକରୁ ୭୬, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୮, କଟକରୁ ୩୨୩,ଦେଓଗଡରୁ ୭, ଢେଙ୍କାନାଳରୁ ୯୪, ଗଜପତିରୁ ୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡା ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୭୭, କେନ୍ଦୁଝରରୁ ୫୦, କୋରାପୁଟରୁ ୨୫, ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୪୧, ନୟାଗଡରୁ ୧୨୦, ନୂଆପଡାରୁ ୨୫, ପୁରୀରୁ ୧୩୫, ରାୟଗଡାରୁ ୪୫୦, ସମ୍ବଲପୁରରୁ ୬୩, ସୋନପୁରରୁ ୩୮ଏବଂ ସୁନ୍ଦରଗଡରୁ ୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଯାହା ସବୁ ରେକର୍ଡ ଭାଙ୍ଗିଛି । ଅର୍ଥାତ୍ ରାଜ୍ଯରେ ସର୍ବାଧିକ ମୃତ୍ଯୁ ସଂଖ୍ଯା। ଏମାନଙ୍କ ଭିତରୁ ବାଲେଶ୍ବର,କଟକ,ଜଗସିଂହପୁର,ମାଲକାନଗିରି ଏବଂ ଭୁବନେଶ୍ବରରରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବରଗଡ,ଯାଜପୁର,ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.