ବିଶ୍ୱକପ ୨୦୨୩ ପାଇଁ ୫୦୦ ହୋଟେଲ ଖୋଲିବ OYO, ତିନି ମାସ ଭିତରେ କାମ ସାରିବାକୁ ନିଷ୍ପତ୍ତି
ବିଶ୍ୱକପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି OYO । ଆଗାମୀ ବିଶ୍ୱକପକୁ ଦୃଷ୍ଟିରେ ରଖି ୫୦୦ ହୋଟେଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି ଓୟୋ ।

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟୋବର ୫ରୁ ଅହମଦାବାଦରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ବିଶ୍ୱକପ ପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ OYO ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ ଦୃଷ୍ଟିରେ ରଖି ଓୟୋ ପକ୍ଷରୁ ୫୦୦ ହୋଟେଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱକପ ପାଇଁ ସମସ୍ତ ହୋଟେଲର ରୁମ୍ ଦାମ୍ ବଢିଯାଇଛି ଆଉ ଆଗକୁ ଆହୁରି ବଢିଯିବାର ସମ୍ଭାବନା ରହିଛି ।
ହୋଟେଲରେ ଗୋଟିଏ ରାତି କାଟିବା ପାଇଁ ଏବେ ଦେବାକୁ ପଡିବ ୫୦ ହଜାର ଟଙ୍କା । ମ୍ୟାଚ୍କୁ ଆଉ ୧୦୦ ଦିନ ବାକି ଥିବା ବେଳେ ଏବେଠାରୁ ହୋଟେଲରେ ରୁମ ବୁକ କରିବା ପାଇଁ ସର୍ବନିମ୍ନ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସବୁ ପଞ୍ଚତାରକା ହୋଟେଲର ରୁମ୍ ଦାମ୍ ବଢାଇଦିଆଯାଇଛି । ହୋଟେଲ ଦାମ୍ ପାଖାପାଖି ୧୦ ଗୁଣା ବଢାଇଦିଆଯାଇଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅହମଦାବାଦରେ ୧୫ ଅକ୍ଟୋବରକୁ ମ୍ୟାଚ ଖେଳାଯିବ । ଏଠାରେ ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବ । ଏଥିପାଇଁ ୩ ମାସ ପୂର୍ବରୁ ହୋଟେଲର ଚାର୍ଜ ବଢିଯାଇଛି । ଏଥିପାଇଁ ଓୟୋ ପକ୍ଷରୁ ୫୦୦ ହୋଟେଲ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ ସହରରେ ମ୍ୟାଚ ଖେଳାଯିବ, ସେଠାରେ ଓୟୋର ହୋଟେଲ ଖୋଲାଯିବ ବୋଲି ଖବର ମିଳିଛି ।
ବିଶ୍ୱକପକୁ ଆଉ ୩ ମାସ ବାକି ଥିବା ବେଳେ ହୋଟେଲ ୩ ମାସ ଭିତରେ ହୋଟେଲ କାମ ସଂପୂର୍ଣ୍ଣ ହୋଇଯିବ ବୋଲି ଓୟୋ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଅହମଦାବାଦରେ ହୋଟେଲ ଦାମ୍ ୧୦ ଗୁଣା ବଢିଯାଇଛି । ଗୋଟେ ରାତି ପାଇଁ ହୋଟେଲର ଦାମ ୩୦ରୁ ୪୦ ପର୍ଯ୍ୟନ୍ତ ପହଞ୍ଚିଛି । ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି । ୫ ଅକ୍ଟୋବରରେ ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତା’ ପରେ ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମ୍ୟାଚ, ୪ ନଭେମ୍ବରରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ୧୦ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଏବଂ ୧୯ ନଭେମ୍ବରକୁ ଫାଇନାଲ ମ୍ୟାଚ୍ ଖେଳାଯିବ ।