Below header

ବିଶ୍ୱ କପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପାକ୍ ଟିଭିରେ ବିତର୍କ

ବିଶ୍ବକପରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନ ପରେ ଏହାକୁ ନେଇ ବାକବିତଣ୍ଡା ଆରମ୍ଭ। ପାକିସ୍ତାନ ଗଣମାଧ୍ୟମରେ ବିତର୍କରେ ଆଇସିସି ଓ ବିସିସିଆଇ ଉପରେ ଦୋଷାରୋପ କରିଛନ୍ତି ପୂର୍ବତନ ପାକ୍ କ୍ରିକେଟର।

ବିଶ୍ବକପରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନ ପରେ ଏହାକୁ ନେଇ ବାକବିତଣ୍ଡା ଆରମ୍ଭ। ପାକିସ୍ତାନ ଗଣମାଧ୍ୟମରେ ବିତର୍କରେ ଆଇସିସି ଓ ବିସିସିଆଇ ଉପରେ ଦୋଷାରୋପ କରିଛନ୍ତି ପୂର୍ବତନ ପାକ୍ କ୍ରିକେଟର। ବିଶ୍ବକପ୍ ୨୦୨୩ରେ ଆଇସିସି ଓ ବିସିସିଆଇ ଭାରତର ପେସରଙ୍କୁ ଅଲଗା ବଲ ଦେଉଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ପାକ କ୍ରିକେଟର ହସନ ରାଜା।

ବଲ ଅଧିକ ସ୍ବିଙ୍ଗ ହେବା ଦ୍ବାରା ବିପକ୍ଷ ଦଳ ସହଜରେ ଆଉଟ ହେବା ସହ କମ ରନ କରିବାକୁ ସକ୍ଷମ ହେଉଥିବା ହସନ ରାଜା କହିଛନ୍ତି। ସେପଟେ ପାକ୍ ଗଣମାଧ୍ୟମରେ ବିତର୍କକୁ ଥଟ୍ଟାମଜା ବୋଲି କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା। ଟିଭି ସୋରେ କଣ ସତରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଭଳି ଆଲୋଚନା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆକାଶ ଚୋପ୍ରା। ହସନ ରାଜା ୧୯୯୬-୨୦୦୫ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ କ୍ରିକେଟ ଖେଳିଥିଲେ। ଏହି ସମୟ ମଧ୍ୟରେ ୭ଟି ଟେଷ୍ଟ ଓ ୧୬ଟି ଦିନିକିଆ ଖେଳିଛନ୍ତି। କମ ମ୍ୟାଚରେ ସେ ଖେଳିଥିଲେ ମଧ୍ୟ ହସନ ରାଜାଙ୍କ ନାଁରେ ମ୍ୟାଚ ଫିକ୍ସିଂ ଅଭିଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.