କେବେ ଭାବିଛନ୍ତି ଯଦି ୩୩ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନର ପାଇଲଟ ଶୋଇପଡ଼ନ୍ତି ତେବେ କ’ଣ ହେବ?

ବେଳେବେଳେ ଏମିତି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ । ଚଳନ୍ତା ବିମାନର ପାଇଲଟ ଶୋଇପଡ଼ିବାର ଅନେକ ନଜିର ରହିଛି।

ବସ୍ କିମ୍ବା କାର୍ ଚଳାଇବା ସମୟରେ ଯଦି ଡ୍ରାଇଭର ଶୋଇପଡ଼ନ୍ତି, ତେବେ ଦୁର୍ଘଟଣା ସୁନିଶ୍ଚିତ। କିନ୍ତୁ ଆପଣ କେବେ ଭାବିଛନ୍ତି ଯଦି ୩୩ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନର ପାଇଲଟ ଶୋଇପଡ଼ନ୍ତି ତେବେ କ’ଣ ହେବ? ବେଳେବେଳେ ଏମିତି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ । ଚଳନ୍ତା ବିମାନର ପାଇଲଟ ଶୋଇପଡ଼ିବାର ଅନେକ ନଜିର ରହିଛି। ନିକଟରେ ଇଥିଓପିଆର ରାଜଧାନୀ ଆଦିସ୍ ଆବାବାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଇଥିଓପିଆନ ଏୟାରଲାଇନ୍ସର ଏକ ବିମାନ ୩୭ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ପାଇଲଟ୍‌ ଶୋଇପଡ଼ିଥିଲେ। ସେ ଏତେ ଗଭୀର ନିଦରେ ଶୋଇଥିଲେ ଯେ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରୁମ୍‌ର ଚେତାବନୀକୁ ମଧ୍ୟ ସେ ଅଣଦେଖା କରିଥିଲେ।

ଆପଣ ହୁଏତ ଭାବୁଥିବେ ଯେ ଏହା ପରେ ନିଶ୍ଚୟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବ। କିନ୍ତୁ ସେମିତି କିଛି ହୋଇନଥିଲା। କାରଣ ବିମାନଟି ସେତେବେଳେ ଅଟୋ ପାଇଲଟ୍ ମୋଡକୁ ଚାଲିଯାଇଥିଲା। ଏହି ମୋଡରେ କାହାକୁ କିଛି କରିବାର ଆବଶ୍ୟକ ପଡ଼େନାହିଁ। ବିମାନଟି ଆପେ ଆପେ ନିୟନ୍ତ୍ରିତ ହୋଇଥାଏ। ପ୍ରଥମେ, ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ, କ’ଣ ପାଇଲଟଙ୍କୁ ବିମାନରେ ଶୋଇବାକୁ ଅନୁମତି ଦିଆଯାଇଛି କି? ଯଦି ଦିଆଯାଇଛି, ତେବେ ସେହି ସମୟରେ କିଭଳି ନିୟନ୍ତ୍ରିତ ହୋଇଥାଏ ବିମାନ? କିଏ ଏହା ଉପରେ ନଜର ରଖେ?

ବାସ୍ତବ କଥା ହେଉଛି, ପାଇଲଟମାନେ ଦୀର୍ଘପଥ ବିମାନଯାତ୍ରା କରିବା ସମୟରେ ଥକ୍କାପଣ ଅନୁଭବ କରନ୍ତି। ତେଣୁ ଯାତ୍ରା ସମୟରେ ସେମାନଙ୍କଅଳ୍ପ ସମୟ ପାଇଁ ଶୋଇବାକୁ ଅନୁମତି ଦିଆଯାଏ। ଦୀର୍ଘପଥ ଯାତ୍ରା ସମୟରେ ଅନେକ ଥର ପାଇଲଟମାନେ ଶୋଇପଡ଼ନ୍ତି। କିନ୍ତୁ ଏଥିପାଇଁ କଡ଼ା ନିୟମ ରହିଛି। ଶୋଇବା ପୂର୍ବରୁ ପାଇଲଟ ବିମାନକୁ ଅଟୋ ପାଇଲଟ୍ ମୋଡକୁ ନେଇଯାଇଥାନ୍ତି। ଏହି ସମୟରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରୁମ୍ ନିୟମିତ ଭାବେ ବିମାନ ଉପରେ ନଜର ରଖିଥାନ୍ତି। ତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିଥାଏ।

ଆଉ ଏକ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ଅଟୋ ପାଇଲଟ୍ ମୋଡ୍ କ’ଣ ? ଏହା କିଭଳି କାମ କରେ? ପାଇଲଟ୍‌ମାନେ କେତେବେଳେ ଏହି ମୋଡ୍ ବ୍ୟବହାର କରନ୍ତି? ବିମାନ ଚଳାଚଳ ବିଶେଷଜ୍ଞଙ୍କ ଅନୁଯାୟୀ, ଆଜିକାଲି ପ୍ରାୟ ସବୁ ବିମାନରେ ଅଟୋ ପାଇଲଟ୍‌ ଟେକ୍ନୋଲୋଜି ରହିଛି। ବିମାନ ଟେକ୍ ଅଫ୍ କରିବା ପରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ପହଞ୍ଚି ଥାଏ। ଯେତେବେଳେ ପାଇଲଟ୍ ଅନୁଭବ କରନ୍ତି, କି ପାଗ ସ୍ବଚ୍ଛ ଅଛି ଏବଂ ଏବେ ବିପଦର କୌଣସି କାରଣ ନାହିଁ, ସେତେବେଳେ ସେ ଅଟୋ ପାଇଲଟ୍ ବଟନ ଅନ୍ କରନ୍ତି।

ଅଟୋପାଇଲଟ୍‌ ମୋଡରେ ନିଜେ ବିମାନ ଚାଲିଥାଏ । ବିମାନଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସମ୍ପୂର୍ଣ୍ଣ ଦାୟିତ୍ବ କମ୍ପ୍ୟୁଟର ଉପରେ ରହିଥାଏ। ଏଭଳି ପରିସ୍ଥିତିରେ ଅନେକ ଥର ପାଇଲଟମାନେ ସ୍ବଳ୍ପ ସମୟ ପାଇଁ ବିଶ୍ରାମ ନେଇଥାନ୍ତି । ଦୀର୍ଘ ଦୂରତା ଯାତ୍ରା ସମୟରେ ସେମାନେ ଗଭୀର ନିଦରେ ମଧ୍ୟ ଶୋଇପଡ଼ିଥାନ୍ତି। ଏବେ ଆପଣଙ୍କ ମନରେ ନିହାତି ଭାବେ ଏହି ପ୍ରଶ୍ନ ଆସୁଥିବ ଯେ ଅଟୋ ପାଇଲଟ ମୋଡ୍‌ ବନ୍ଦ ନକଲେ କ’ଣ ହେବ?

ନିର୍ଦ୍ଧାରିତ ବିମାନବନ୍ଦର ନିକଟରେ ପହଞ୍ଚିବା ପୂର୍ବରୁ ଅଟୋ ପାଇଲଟ୍‌ ସଇଚକୁ ଅଫ କରିବାକୁ ପଡ଼େ। ଯଦି ପାଇଲଟ୍ ତାହା ନକରନ୍ତି, ତେବେ କକପିଟରେ ହୁକର୍ ବା ସାଇରନ୍‌ ଜୋରରେ ବାଜିଥାଏ। ଏହା ପାଇଲଟ୍‌ଙ୍କୁ ଚେତାଇ ଦେଇଥାଏ ଯେ, ଆମେ ଗନ୍ତବ୍ୟ ସ୍ଥଳ ଅତିକ୍ରମ କରୁଛୁ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁମ୍‌ ପକ୍ଷରୁ ମଧ୍ୟ ବାରମ୍ବାର ଚେତାବନୀ ଦିଆଯାଇଥାଏ। ସାଇରନ୍‌ ଶୁଣିବା ପରେ ପାଇଲଟମାନେ ତୁରନ୍ତ ନିଦରୁ ଉଠିଯାଇଥାନ୍ତି। ଯାହାପରେ ପାଇଲଟ୍‌ ସତର୍କ ହୋଇ ବିମାନକୁ ନିୟନ୍ତ୍ରଣ କରନ୍ତି। କିନ୍ତୁ ଏଥିରେ ମଧ୍ୟ ବିପଦ ରହିଛି। ଯଦି ଅଟୋ ପାଇଲଟ୍ ମୋଡରେ ଭୁଲ୍ କମାଣ୍ଡ ଦିଆଯାଏ, ତେବେ ବିମାନଟି ଭୁଲ ଦିଗରେ ଚାଲିଯିବାର ମଧ୍ୟ ଆଶଙ୍କା ରହିଛି। ସେଥିପାଇଁ ଅଟୋ ପାଇଲଟ୍ ମୋଡକୁ ସତର୍କତାର ସହ ଅନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.