ସ୍ତନ କର୍କଟକୁ ମାତ୍‌ ଦେଲେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ; କହିଲେ, ଏବେ ପୂରଣ କରିପାରିବି ସବୁଠୁ ବଡ଼ ସ୍ୱପ୍ନ

ସ୍ତନ କର୍କଟକୁ ମାତ୍‌ ଦେଇଛନ୍ତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ। ତାଙ୍କୁ କର୍କଟମୁକ୍ତ ଘୋଷଣା କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ ବର୍ତ୍ତମାନ ସେ ନିଜର ସବୁଠୁ ବଡ଼ ସ୍ୱପ୍ନକୁ ପୂରଣ କରିପାରିବେ।

ସ୍ତନ କର୍କଟକୁ ମାତ୍‌ ଦେଇଛନ୍ତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ। ତାଙ୍କୁ କର୍କଟମୁକ୍ତ ଘୋଷଣା କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ ବର୍ତ୍ତମାନ ସେ ନିଜର ସବୁଠୁ ବଡ଼ ସ୍ୱପ୍ନକୁ ପୂରଣ କରିପାରିବେ।

ନବଜୋତ କୌର ସ୍ତନ କର୍କଟରୁ ମୁକ୍ତ ହେବାର ଟେଷ୍ଟ୍‍ ରିପୋର୍ଟ ଦେଖିବା ପରେ ଭାବପ୍ରବଣ ହୋଇଯାଇଥିଲେ। ଏହାପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ ଏବଂ ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ବିଷୟରେ କହିଥିଲେ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ‘ମୁଁ ବହୁତ ଖୁସି। ମୋର ପିଇଟି ସ୍କାନ୍ ଅନୁସାରେ, ମୋତେ କର୍କଟମୁକ୍ତ ଘୋଷଣା କରାଯାଇଛି। ଏହାଦ୍ୱାରା ମୋ ପାଇଁ ପୂରା ଶରୀରର ଅଙ୍ଗଦାନ ସମ୍ଭବ ହୋଇଛି। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି କି, ମୁଁ ମଧ୍ୟ ମୋର କେଶ ଦାନ କରିପାରିଲି’। ସେ ତାଙ୍କ ପୋଷ୍ଟ ମାଧ୍ୟମରେ କର୍କଟ ପୀଡିତଙ୍କ ପାଇଁ କେଶ ଦାନ କରିବାକୁ ନିବେଦନ କରିଛନ୍ତି। ଗଛ, ଉଦ୍ଭିଦ ଏବଂ କାଠ ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି। ଇଲେକ୍ଟ୍ରିକ୍ ମେସିନ୍‌ରେ ଅନ୍ତିମ ସଂସ୍କାର କରିବାକୁ କହିଛନ୍ତି।

କହି ରଖୁଛୁ, ନବଜୋତ କୌର ସିଦ୍ଧୁ ସ୍ତନ କର୍କଟରେ ପୀଡିତ ଥିଲେ। ଯେତେବେଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ସେହି ସମୟରେ ତାଙ୍କ ସ୍ୱାମୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜେଲରେ ଥିଲେ। ଜେଲରୁ ଆସିବା ପରେ ସିଦ୍ଧୁ ତାଙ୍କ ପତ୍ନୀଙ୍କ ସେବାରେ ଲାଗି ପଡ଼ିଥିଲେ। ସେପଟେ ନବଜୋତ କୌର କର୍କଟମୁକ୍ତ ହେବାର ଖବର ଏପରି ସମୟରେ ଆସିଛି, ଯେତେବେଳେ କି, ତାଙ୍କ ପୁଅର ବିବାହ ହେବାକୁ ଯାଉଛି। କରଣ ସିଦ୍ଧୁଙ୍କ ବିବାହ ତାରିଖ ସ୍ଥିର ହୋଇଛି। ନଭେମ୍ବର ୨୩ରେ କରଣ ପଟିଆଲାର ଇନାୟତଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.