Below header

ପାକିସ୍ତାନର ଲଗାତାର ଚତୁର୍ଥ ପରାଜୟ, ସେମି ଆଶା ମଉଳିଲା

ଲଗାତାର ଚତୁର୍ଥ ପରାଜୟ ସହ ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ଚେନ୍ନାଇରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବପକ୍ଷ ମ୍ୟାଚରେ ୧ ୱିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ଥର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା ।

କେନ୍ୟୁଜ୍(ବ୍ୟୁରୋ): ବିଶ୍ବକପରେ ପାକିସ୍ତାନର ସେମି ଆଶା ମଉଳିଲା । ଲଗାତାର ଚତୁର୍ଥ ପରାଜୟ ସହ ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ଚେନ୍ନାଇରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବପକ୍ଷ ମ୍ୟାଚରେ ୧ ୱିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ଥର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା ।

୨୭୧ ରନର ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ୧୬ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲର ନିକଟତର ହେବା ସହ ପାକିସ୍ତାନକୁ ପରବର୍ତ୍ତୀ ୩ ମ୍ୟାଚ୍ ଜିତିବା ଏବଂ ଅନ୍ୟ ଦଳଗୁଡ଼ିକ ନେଟ୍ ରନ୍ ରେଟ୍ ଉପରେ ନିର୍ଭର କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାର କ୍ରମାଗତ ବିଜୟ ପରେ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି । ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ପାକିସ୍ତାନ ୬ଟି ମ୍ୟାଚ ଖେଳି ୪ଟି ମ୍ୟାଚରେ ପରାଜୟ ପରେ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.