Below header

ସିଏସ୍‌କେ ବିବାଦ, ରାଇନା ମୁହଁ ଖୋଲିଲେ ଓ କହିଲେ ମୁଁ ଅଭ୍ୟାସ କରୁଛି ପୁଣି ଦଳକୁ ଫେରି ପାରେ

ଚେନ୍ନାଇ ସୁପର କିଙ୍ଗସ ସହ ତାଙ୍କର କୌଣସି ମତଭେଦ ନାହିଁ ଏବଂ ସେ ଆଇପିଏଲ୍ ଖେଳିବାକୁ ପୁଣି ଦୁବାଇ ଫେରି ପାରନ୍ତି । ଏ କଥା କହିଛନ୍ତି ନିଜେ ସୁରେଶ ରାଇନା । ଚର୍ଚ୍ଚା ଚାଲିଛି ଯେ ରାଇନା ହୋଟେଲ ରୁମ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରି ଦୁବାଇରୁ ଭାରତ ଫେରି ଆସିଥିଲେ । ତେବେ ରାଇନା କହିଛନ୍ତି ମୁଁ ପାରିବାରିକ ସମସ୍ୟା ଯୋଗୁଁ ଭାରତ ଆସିଛି । ଏଠି ଏବେ କ୍ୱାରେଣ୍ଟାଇନ୍‌ରେ ରହି ମଧ୍ୟ ଅଭ୍ୟାସ କରୁଛି । ପୁଣି ଦୁବାଇ ଯାଇ ଦଳ ସହିତ ଯୋଡ଼ି ହୋଇ ପାରେ ।

ରାଇନା ଆହୁରି କହିଛନ୍ତି ଯେ ମୁଁ ସିନା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସିନା ଅବସର ନେଇଛି ହେଲେ ମୋର ବୟସ ଏତେ ହୋଇନି ଯେ ଆଇପିଏଲ୍‌ରୁ ଅବସର ନେବି । ଆହୁରି ଚାରି ପାଞ୍ଚ ବର୍ଷ ମୁଁ ସିଏସ୍‌କେ ତରଫରୁ ଖେଳିବି । ଏହାବାଦ୍ ଧୋନି ଭାଇ ଦଳରେ ଅଛନ୍ତି । ତେଣୁ ମୋର କାହିଁକି କିଛି ସମସ୍ୟା ହେବ ?

ସୂଚନା ଥାଉ କି ତାଙ୍କର ଘରେ ଏକ ଅଘଟଣ ଘଟିଯିବା ଯୋଗୁଁ ରାଇନା ଭାରତ ଫେରି ଆସିଥିଲେ । ତେବେ ସେ ଅସନ୍ତୁଷ୍ଟ ହୋଇ ଅଧାରୁ ପଳାଇ ଆସିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏଥିରେ ସିଏସ୍‌କେ ମାଲିକ ଶ୍ରୀନିବାସନ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଏବଂ ଯଦି ରାଇନା ନଫେରନ୍ତି ତାଙ୍କୁ ୧୧ କୋଟି ଟଙ୍କା ଫେରାଇବାକୁ ପଡ଼ିବ ବୋଲି କହିଥିଲେ । ଅବଶ୍ୟ ରାଇନା ମୁହଁ ଖୋଲିବା ପରେ କହିଛନ୍ତି ଯେ ସବୁ ମିଛ କଥା । ଏଭଳି କିଛି ବିବାଦ ହୋଇ ନାହିଁ । ଏହାପରେ ଶ୍ରୀନିବାସନ୍ କହିଛନ୍ତି, ଦଳ ସବୁ ଖେଳାଳିଙ୍କ ସହ ରହିଛି ଓ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.