କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା,ରାଜ୍ୟର ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ

କେନ୍ୟୁଜ୍(ବ୍ୟୁରୋ):  ଏଥର ରାଜ୍ୟରେ ଅଧିକ ଅମଳ ହେବ ଫସଲ । ୟୁରିଆ ସାର ପାଇଁ ଚାଷୀଙ୍କୁ ଅସୁବିଧା ହେବନି । ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରିବାକୁ କୃଷି କ୍ୟାବିନେଟର ନିଷ୍ପତ୍ତି ହୋଇଛି । ଚାଷୀଙ୍କଠାରୁ ଅଣଧାନ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଉଛି । ‘ଆମ ଚାଷୀ’ରେ ୯ ଲକ୍ଷ ଚାଷୀ ପଞ୍ଜୀକୃତ କରିଛନ୍ତି । ଆମ ଚାଷୀ ହେଲ୍ପ ଲାଇନ୍‌ ନୂଆ ନମ୍ବର ୧୫୫୩୩୩ ।ଏହି ନମ୍ବରରେ ଚାଷୀ କଲ କରି ଚାଷ ସଂପର୍କିତ ବିଭିନ୍ନ ତଥ୍ୟ ହାସଲ କରିପାରିବେ। ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସୂଚନା ଦିଆଯିବ। ଋଣ ଆବଶ୍ୟକ କରୁଥିବା ଚାଷୀଙ୍କୁ ଋଣ ଯୋଗାଯିବ । ବଳରାମ ଯୋଜନାରେ ଭାଗଚାଷୀ ଲାଭ ପାଇବେ । କୃଷି କ୍ୟାବିନେଟ୍‌ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ଶ୍ରୀ ଗର୍ଗ କହିଛନ୍ତି,  ପ୍ରତି ମାସରେ ଚାଷିଙ୍କର ୩୦ ହଜାର କଲ ଆସୁଛି। ଏଗ୍ରି ଆକଷ୍ଟେସନ ଆପ ଅଛି। ଏହି ଆପ୍‌ରେ ଚାଷୀ ସଂପର୍କିତ ତଥ୍ୟ ମିଳିପାରୁଛି। ଏହି ଆଧାରରେ ଆମେ ମାସିକ ରିପୋର୍ଟ ପ୍ରସ୍ତୁତ କରୁଛୁ। ଚାଷୀମାନେ କ’ଣ ପାଉଛନ୍ତି, ତାହା ଆମକୁ ଖୁବ ଶୀଘ୍ର ଜଣାପଡୁଛି। ତୃଣମୂଳ ସ୍ତରରେ ପ୍ରଥମ ଓ ତୃତୀୟ ଶନିବାର ଅଧିକାରୀମାନେ ବସି କୃଷି ସଂପର୍କିତ ବୈଠକ କରୁଛନ୍ତି। ରାଜ୍ୟର ପ୍ରାୟ ୭୦୦୦ ପଂଚାୟରେ ୧୦୦ ଜଣ ଲେଖାଏଁ ଚାଷୀଙ୍କୁ ନେଇ ହ୍ଵାଟସ୍‌ଆପ ଗ୍ରୁପ କରାଯାଇଛି। ସେମାନଙ୍କୁ ଚାଷ ସଂପର୍କିତ ତଥ୍ୟ ଦିଆଯାଉଛି।

ସେହିଭଳି  କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା କରାଯାଇଛି। ପୋର୍ଟାଲରେ ଚାଷୀ ସେମାନଙ୍କ ଆବେଦନ ସ୍ଥିତି ଜାଣିପାରିବେ। ରାଜ୍ୟର ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ପ୍ରୋତ୍ସାହନ ପାଇପାରିବେ। ବଳରାମ ଯୋଜନାରେ ଭାଗଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହେବେ।

You might also like