Below header

IPL 2020: ଭୂମିଠାରୁ ୧,୦୦୦ ଫୁଟ ଉଚ୍ଚରେ ପବନରେ ଲଞ୍ଚ ହେଲା ରାଜସ୍ଥାନ ରୟାଲସର ଜର୍ସି, ଆଶ୍ଚର୍ଯ୍ୟ ହୋଇଗଲେ ଖେଳାଳି, ଦେଖନ୍ତୁ Video

ରାଜସ୍ଥାନ ରୟାଲସର ପୂରା ଟିମ ୟୁଏଇ ପହଞ୍ଚି ନିଜ ଟ୍ରେନିଂ ସେସନ ଆରମ୍ଭ କରିଦେଇଛନ୍ତି। ଟିମ ଏବେ ଦୁବାଇରେ ଏବଂ ପ୍ରି ସିଜନରେ ଅଭ୍ୟାସ କରୁଛି। ରାଜସ୍ଥାନ ରୟାଲସରେ ଏଥର ଅନେକ ପରିବର୍ତ୍ତନ ହୋଇଛି। ଟିମର ପୂର୍ବ କ୍ୟାପଟେନ ଆଜିଙ୍କ୍ୟ ରହାଣେ ଦିଲ୍ଲୀ କ୍ୟାପିଟାଲରେ ସାମିଲ ହୋଇଥିବା ବେଳେ କୋଲକାତା ନାଇଟ ରାଇଡର୍ସର ଷ୍ଟାର ରବିନ ଉଥପା ଏହି ବର୍ଷ ଟିମ ସହିତ ଯୋଡି ହେବେ। ଏହାସହିତ ଟିମର ନୂଆ ଜର୍ସି ବୁଧବାର ଏକ ନିଆରା ଷ୍ଟାଇଲରେ ଉନ୍ମୋଚନ ହୋଇଛି।

jj

ଏମିତି ଢ଼ଙ୍ଗରେ ହୋଇଥିଲା ଲଞ୍ଚିଙ୍ଗ

ଟ୍ରେନିଂ ସେସନ ପରେ ଟିମର ଖେଳାଳିମାନଙ୍କୁ ସମୁଦ୍ର ବେଳାଭୂମିକୁ ନିଆଯାଇଥିଲା। ତେବେ ଜର୍ସି ଲଞ୍ଚିଙ୍ଗ ବିଷୟରେ ଖେଳାଳିମାନେ କୌଣସି ଆଭାସ ପାଇ ନ ଥିଲେ। ହଠାତ ଆକାଶରୁ ସ୍କାଇଡାଇଭର ଡାନି ରୋମାନ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା। ତାଙ୍କ ହାତରେ ରାଜସ୍ଥାନ ରୟାଲସ ନାଁରେ ଏକ ବ୍ୟାଗ ଥିଲା। ସେ ବ୍ୟାଗ ଧରି ପ୍ଲେନରେ ତଳକୁ ଖସିଥିଲେ ଏବଂ ଖେଳାଳିମାନଙ୍କୁ ଡାକିଥିଲେ। ରିୟାନ ପରାଗ, ଡେଭିଡ ମିଲର ଓ ରବିନ ଉଥପା ନୂଆ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଟିମର ଖେଳାଳିମାନେ ଏହି ଜର୍ସି ଲଞ୍ଚିଙ୍ଗରେ ଖୁବ ଉତ୍ସାହିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.