Below header

ICC Test Ranking : ୧ ନଂ ସ୍ଥାନ ବଜାୟ ରଖିଲେ ଅଶ୍ବିନ, ରାହାଣେ- ଶାର୍ଦ୍ଦୁଳ ମଧ୍ୟ ଉପରକୁ ଉଠିଲେ

ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ସ୍ଥାନ ମିଳିନଥିଲା କିନ୍ତୁ ଟେଷ୍ଟ ର‍୍ୟାଙ୍କିଂରେ ୧ ନଂ ସ୍ଥାନ ବଜାୟ ରଖିଲେ ଅଶ୍ବିନ । ଆଇସିସି ଟେଷ୍ଟ ର‍୍ୟାଙ୍କିଂରେ ନଂ ୧ ସ୍ଥାନ ବଜାୟ ରଖିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ।

ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ନ ମିଳିବା ପରେ ଅନେକ ଚର୍ଚ୍ଚା ମଧ୍ୟରେ ଟେଷ୍ଟ ବୋଲିଂ ର‍୍ୟାଙ୍କିଂରେ ୧ ନଂ ସ୍ଥାନ ହାସଲ କରିଛନ୍ତି । ଟେଷ୍ଟ ର‍୍ୟାଙ୍କିଂରେ ତାଙ୍କ ସ୍କୋର ୮୬୦ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେମସ ଆଣ୍ଡରସନ ୮୫୦ ସ୍କୋର, ତୃତୀୟ ସ୍ଥାନରେ ପ୍ୟାଟ କେମିନ୍ସ ୮୨୯ ସ୍କୋର ରହିଛି ।

ଅଶ୍ବିନଙ୍କ ଛଡା ସିନିଅର ଖେଳାଳି ଅଜିଙ୍କ୍ୟ ରାହାଣେ ମଧ୍ୟ ଟେଷ୍ଟ ର‍୍ୟାଙ୍କିଂରେ ୩୭ ନଂ ସ୍ଥାନ ହାସଲ କରିଛନ୍ତି ।  ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ୮୯, ୪୬ ରନ୍‌ କରିଥିବାରୁ ୩୭ ନଂ ସ୍ଥାନ ମିଳିଛି ।  ଏହାଛଡା ଶାର୍ଦ୍ଦୁଳ ଠାକୁର ୯୪ ସ୍ଥାନ ଅଧିକାର କରିଛନ୍ତି ।

ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟର ର‍୍ୟାଙ୍କିଂରେ ଶୀର୍ଷ ୩ ସ୍ଥାନ ଅଧିକାର କରିଛନ୍ତି । ମାନର୍ସ ଲାବୁଶେନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଷ୍ଟିଭ ସ୍ମିଥ ଦ୍ବିତୀୟ ସ୍ଥାନ, ଟ୍ରେଭିସ୍‌ ହେଡ ତୃତୀୟ ସ୍ଥାନରେ ରହିଛନ୍ତି ।

WTC ଫାଇନାଲରେ ଭାରତ ୨୦୯ ରନ୍‌ କରିଥିବା ବେଳେ ରାହାଣେ ୮୯ ଏବଂ ୪୬ ରନ୍‌ କରିଛନ୍ତି । ଅର୍ଦ୍ଧଶତକ କରିଥିବାରୁ ୬ ସ୍ଥାନ ଉପରକୁ ଫାଇଦା ମିଳିଛି ।

ସେହିପରି ରିଷଭ ପନ୍ତ ୧୦ ନଂ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ୧୨ ଏବଂ ୧୩ ସ୍ଥାନରେ ରହିଛନ୍ତି । ଗତ ଟେଷ୍ଟ ଜୁଲାଇ ୨୦୨୨ରୁ ଆହତ ହୋଇଥିବା ବୋଲର ଜସପ୍ରୀତ ବୁମରା ଦୁଇଟି ସ୍ଥାନ ତଳକୁ ଖସିଛନ୍ତି ।

ସୂଚନାଯୋଗ୍ୟ, ସମାନ ଦଳର ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ  ଶ୍ରେଷ୍ଠ ତିନିରେ ଦେଖିବାକୁ ବହୁତ କ୍ୱଚିତ୍ । ଶେଷ ଥର ପାଇଁ ଟେଷ୍ଟ ର‍୍ୟାଙ୍କିଂରେ ୧୯୮୪ରେ ହୋଇଥିଲା ।  ଯେତେବେଳେ ଗର୍ଡନ ଗ୍ରୀନଜ (୮୧୦ ପଏଣ୍ଟ), କ୍ଲିଭ ଓଲିଡ (୭୮୭ ପଏଣ୍ଟ) ଏବଂ ୱେଷ୍ଟଇଣ୍ଡିଜର ଲ୍ୟାରି ଗୋମସ (୭୭୩ ପଏଣ୍ଟ) ଶୀର୍ଷ ତିନିଟି ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.