Below header

ଆଇପିଏଲ : ବୋଲର ସବୁ ସାରିଦେଲେ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ୫୯ ରନରେ ମାତ ଦେଲା ଦିଲ୍ଲୀ କ୍ୟାପିଟାଲସ

ଦୁବାଇ : ରାବଡା ୪ ଉଇକେଟ ନେଇ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତ କରିଦେଲେ । ଫଳରେ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲସ ୫୯ ରନ ବ୍ୟବଧାନରେ ପରାସ୍ତ କରି ଆଉ ଏକ ଜୋରଦାର ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୯୬ ରନ କରିବା ପରେ ବାଙ୍ଗାଲୋର ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଛି । ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ରାବଡା ୨୪ ରନରେ ୪ ଉଇକେଟ ଦାଖଲ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ପୃଥ୍ବୀ ସ ୪୨ (୫ ଚୌକା, ୨ ଛକା), ଶିଖର ଧବନ ୩୨, ଋଷଭ ପନ୍ତ ୨୫ ବଲରେ ୩୭ (୩ ଚୌକା, ୨ ଛକା), ଷ୍ଟଇନିସ ୨୬ ବଲରେ ଅପରାଜିତ ୫୩ ରନ (୬ ଚୌକା, ୨ ଛକା) କରିଥିଲେ । ପରେ କୋହଲିଙ୍କ ଟିମ ୧୯୭ ରନ ଲକ୍ଷ୍ୟ ନେଇ ଖେଳି ଥିଲେ ମଧ୍ୟ ଦିଲ୍ଲୀ ବୋଲିଂ ଆକ୍ରମଣରେ ଭୁଶୁଡି ପଡିଥିଲା । କେବଳ କୋହଲି ୩୯ ବଲରୁ ୪୩ ରନ କରିଥିଲେ । ଅନ୍ୟ ସବୁ ବ୍ୟାଟ୍ସମ୍ୟାନ ମାଟି କାମୁଡ଼ି ଥିଲେ ।
ଏହି ବିଜୟ ପରେ ମୋଟ ୮ ପଏଣ୍ଟ ସହ ଦିଲ୍ଲୀ ଚଳିତ ଆଇପିଏଲର ଶୀର୍ଷରେ ରହିଛି । ୬ ପଏଣ୍ଟ ସହ ବାଙ୍ଗାଲୋର ଯୁଗ୍ମ ଭାବେ ଦ୍ଵିତୀୟ ସ୍ଥାନରେ ଅଛି ।

 

POINT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.