ଯାଜପୁର: ଭିଜିଲାନ୍ସ ଜାଲରେ ବଡ଼ଚଣା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଯାଜପୁର/ଯାଜପୁର ଟାଉନ: (କେନ୍ୟୁଜ): ଭିଜିଲାନ୍ସ ଜାଲରେ ବିଦୁତ ବିଭାଗ ଜେଇ। ବଡ଼ଚଣା ବିଦୁତ ଉପଖଣ୍ଡର ଜେଇ ସ୍ୱାଧୀନ କୁମାର ସାହୁ ୧୦ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସ୍ଥାନୀୟ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁୁଡା ଗ୍ରାମର ଚିତରଞ୍ଜନ ନାୟକ ଘର ପାଖରେ ଥିବା ୧୧ କେଭି ବିଦ୍ୟୁତ ଲାଇନ ସ୍ଥାନାନ୍ତର ନେଇ ବଡ଼ଚଣା ବିଦ୍ୟୁତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବାରମ୍ବାର ଅଫିସକୁ ଯାଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇନଥିବା ବେଳେ ବିଦ୍ୟୁତ ବିଭାଗ ଜେଇ ସ୍ୱାଧୀନ କୁମାର ସାହୁ ଏଥିପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ନେଇ ଯାଜପୁର ଭିଜିଲାନ୍ସକୁ ଅଭିଯୋଗ କରି ଜଣାଇ ଥିଲେ। ଆଜି ଭିଜିଲାନ୍ସ ଟିମ ବଡ଼ଚଣା ବିଦ୍ୟୁତ ଉପଖଣ୍ଡରେ ପହଂଚି ଜେଇ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ। ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ସମ୍ପୃକ୍ତ ଜେଇଙ୍କୁ ଗିରଫ କରିଛନ୍ତି। ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା।