Below header

ଦ୍ୱିତୀୟ ଟେଷ୍ଟରେ ସରଫରାଜ ଖାନ ଏବଂ ରଜତ ପାଟିଦାର କରିବେ ଡେବ୍ୟୁ, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିସାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୨ ତାରିଖରୁ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମରେ ସରଫରାଜ ଏବଂ ରଜତ ପାଟିଦାରଙ୍କୁ ସ୍ଥାନ ମିଳିବ । କେଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆହତ ହେବା କାରଣରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିସାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୨ ତାରିଖରୁ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମରେ ସରଫରାଜ ଏବଂ ରଜତ ପାଟିଦାରଙ୍କୁ ସ୍ଥାନ ମିଳିବ । କେଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆହତ ହେବା କାରଣରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ଲାଇନଅପ୍‌ ବହୁତ ଦୁର୍ବଳ ରହିଛି । ବିରାଟ କୋହଲି ଖେଳୁନଥିବାରୁ ମଧ୍ୟକ୍ରମରେ କୌଣସି ସିନିଅର ଖେଳାଳି ନାହାନ୍ତି । କେଏଲ ରାହୁଲ ବାଦ୍‌ ପଡିବା ପରେ ରଜତ ପାଟିଦାର ଡେବ୍ୟୁ କରିବା ଥୟ । ସେହିପରି ବ୍ୟାଟିଂ ଲାଇନ କମ୍‌ ଥିବାରୁ ସରଫରାଜ ଖାନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ । ସେପଟେ ଶୁବମନ ଗିଲ ଏବଂ ଶ୍ରେୟସ ଆୟର ଆଉଟ ଅଫ ଫର୍ମରେ ଚାଲୁଛନ୍ତି । ଦ୍ୱିତୀୟ ଟେଷ୍ଟରେ ଦୁହେଁ ଟିମରେ ସାମିଲ ରହିଛନ୍ତି ।

ଦ୍ୱିତୀୟ ଟେଷ୍ଟରେ ଭାରତର ବୋଲିଂ ଲାଇନଅପ୍‌ରେ ପରିବର୍ତ୍ତନ କରାଯାଇପାରେ । ସ୍ପିନର୍ସ ପାଇଁ ପିଚ ସୁହାଇବା ଯୋଗୁଁ କେବଳ ଜଣେ ଦ୍ରୁତ ବୋଲର ଟିମରେ ରହିବେ । ଜସପ୍ରୀତ ବୁମରା ପ୍ରଥମ ଟେଷ୍ଟରେ ଓ୍ଵିକେଟ ନେବାରେ ସଫଳ ହୋଇଥିଲେ । ବୁମରା, ଅଶ୍ୱିନ ଏବଂ ଅକ୍ଷୟ ପ୍ଲେଇଂ ୧୧ରେ ସ୍ଥାନ ପାଇବା ନିଶ୍ଚିତ । ଜାଡେଜାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବ ।

ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଶୁବମନ ଗିଲ୍‌, ସରଫରାଜ ଖାନ, ଶ୍ରେୟସ ଆୟର, ରଜତ ପାଟିଦାର, କେଏସ ଭରତ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଆର ଅଶ୍ୱିନ, କୁଲଦୀପ ଯାଦବ/ଓ୍ଵାଶିଂଟନ ସୁନ୍ଦର, ଜସପ୍ରୀତ ବୁମରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.