ଗରୁଡେଶ୍ଵର ମହାଦେବଙ୍କ ନିକଟରେ ଠାବ ହୋଇଛି ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତା, ମିଳିଲା ମଣିଷ ଉପଯୋଗୀ ବସ୍ତୁ

ମାଟି ତଳେ ହଜାର ବର୍ଷ ତଳର ସଭ୍ୟତା ଓ ମଣିଷ ଉପଯୋଗୀ ବସ୍ତୁ ଯାହାକି ପ୍ରାଚୀନ ଗଡର ସନ୍ଧାନ । କୋଣାର୍କ ଠାରୁ ୧୫ କିଲୋମିଟର ଦୂରରେ ଥିବା ଖାଲକଟା ପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ଶହ ଶହ ବର୍ଷର ପ୍ରାଚୀନ ସଭ୍ୟତା ଭଗ୍ନାବିଶେଷ ଠାବ ହୋଇଛି ଏଠାରେ । ବିଲୁପ୍ତ ହୋଇଯାଇଥିବା କୀର୍ତିରାଜିର ଅବସ୍ଥିତିକୁ ପ୍ରମାଣିତ କରିଛି ସେଠାରେ ଦେଖିବାକୁ ମିଳିଥିବା ପଥର, ଖପରା ଓ କୂଅର ଭଗ୍ନାବିଶେଷ ।

ମାଟି ତଳେ ହଜାର ବର୍ଷ ତଳର ସଭ୍ୟତା ଓ ମଣିଷ ଉପଯୋଗୀ ବସ୍ତୁ ଯାହାକି ପ୍ରାଚୀନ ଗଡର ସନ୍ଧାନ । କୋଣାର୍କ ଠାରୁ ୧୫ କିଲୋମିଟର ଦୂରରେ ଥିବା ଖାଲକଟା ପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ଶହ ଶହ ବର୍ଷର ପ୍ରାଚୀନ ସଭ୍ୟତା ଭଗ୍ନାବିଶେଷ ଠାବ ହୋଇଛି ଏଠାରେ । ବିଲୁପ୍ତ ହୋଇଯାଇଥିବା କୀର୍ତିରାଜିର ଅବସ୍ଥିତିକୁ ପ୍ରମାଣିତ କରିଛି ସେଠାରେ ଦେଖିବାକୁ ମିଳିଥିବା ପଥର, ଖପରା ଓ କୂଅର ଭଗ୍ନାବିଶେଷ । ଗୋପ ବ୍ଲକ ସୁତନ ପଂଚାୟତ ଖାଲକଟା ପାଟଣା ଗରୁଡେଶ୍ଵର ମହାଦେବଙ୍କ ନିକଟରେ ସନ୍ଧାନ ମିଳିଲା ପ୍ରାଚୀନ ସଭ୍ୟତା ।

ପରିପାର୍ଶ୍ଵିକ ଅବସ୍ଥାକୁ ଲକ୍ଷ କଲେ ଏଠାରେ ପ୍ରାଚୀନ ସଭ୍ୟତା ଥିବା ଅନୁମାନ କରାଯାଉଛି, ବିଭିନ୍ନ ସ୍ଥାନରେ ପଡି ରହିଥିବା କାରୁକାର୍ଯ୍ୟ ପଥର ମନ୍ଦିର, କୀର୍ତ୍ତିରାଜି ଶିଳାଖଣ୍ଡ, ପଥର ସ୍ତମ୍ଭ, ବଡ଼ବଡ଼ କୁଣ୍ଡପଥର, ପୁରାତନ ଭଗ୍ନ ମୂର୍ତ୍ତି, କିଛି ମାଟି ନିର୍ମିତ କୂଅ ନନ୍ଦ ଏବଂ ପୁରାତନ ଇଟାର ସନ୍ଧାନ ମିଳିଛି । ଏ ସମସ୍ତ ଅବସ୍ଥିତି ପୁରାତନ ସଭ୍ୟତା ଥିବା ନେଇ ଅନୁମାନ କରାଯାଉଛି । କୁଶଭଦ୍ରା ନଦୀ ମୁହାଣ ନିକଟରେ ଥିବା ଏହି ଭଗ୍ନାବିଶେଷ ଦେଖି ପୁରାତନ ସଭ୍ୟତା ଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ଇନଟାକର ୫ ଜଣିଆ ଟିମ ଏହି ସ୍ଥାନ ଗ୍ରସ୍ତ କରି ମନ୍ଦିର କୀର୍ତ୍ତିରାଜ ଶିଳାଖଣ୍ଡ, ପୁରାତନ ଭଗ୍ନ ମୂର୍ତ୍ତି, ମାଟି ନିର୍ମିତ କିଛି ଅଂଶ ବିଶେଷ ଗବେଷଣା ପାଇଁ ନେଇଛନ୍ତି ।

ସରକାର ଯଦି ଏହାର ଅନୁସନ୍ଧାନ କରିବାରେ ସହଯୋଗ କରିବେ ତେବେ ଅନେକ ତଥ୍ୟ ସାମ୍ନାକୁକୁ ଆସିବ ବୋଲି କୁହାଯାଇଛି । ବିଶେଷ କରି ପ୍ରାୟ ୨୫ ରୁ ୩୦ ବର୍ଷ ପୂର୍ବରୁ ଏଠାରେ ମାଟି ଖୋଳା ହେବା ସମୟରେ ଏହି କୀର୍ତ୍ତିରାଜ ମିଳିଥିବା ବେଳେ ପ୍ରତ୍ନତତ୍ତ୍ବ ଟିମ ଏହାର ଅନୁଧ୍ୟାନ କରିଥିଲେ । ଅଧିକ ସନ୍ଧାନ କରାଗଲେ ବହୁ ତଥ୍ୟ ନଜରକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦା ସମେତ କୋଣାର୍କ – ପୁରୀ ବୁଲି ଆସୁଥିବା ପର୍ଯ୍ୟଟକମାନେ ଦାବି କରିଛନ୍ତି । ଏହି ସ୍ଥାନରେ ପ୍ରତ୍ନତାତ୍ତ୍ଵିକ ବିଭାଗ ଦ୍ବାରା ଖନନ କରାଗଲେ ଆହୁରି ଅନେକ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅନୁମାନ କରାଯାଉଛି ।