ନୋଏଡା: ୟୁଟ୍ୟୁବର ଦୀପକ ନାଗରଙ୍କୁ ହତ୍ୟା, ମଦ ପାର୍ଟିକୁ ଡକାଇ ନିର୍ଧୁମ୍‌ ପିଟିଥିଲେ ସାଙ୍ଗ

ଗ୍ରେଟର ନୋଏଡାରେ ଜଣେ ୟୁଟ୍ୟୁବରଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ମାରି ଦେଇଛନ୍ତି । ୟୁଟ୍ୟୁବରଙ୍କୁ ଘରୁ ଡକାଇ ସାଙ୍ଗମାନେ ପ୍ରଥମେ ମଦ ପାର୍ଟି କରିଥିଲେ ଏବଂ ଏହାପରେ ନିର୍ଧୁମ୍‌ ପିଟି ତାଙ୍କୁ ଦରମରା କରି ପକାଇଥିଲେ ।

ଗ୍ରେଟର ନୋଏଡାରେ ଜଣେ ୟୁଟ୍ୟୁବରଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ମାରି ଦେଇଛନ୍ତି । ୟୁଟ୍ୟୁବରଙ୍କୁ ଘରୁ ଡକାଇ ସାଙ୍ଗମାନେ ପ୍ରଥମେ ମଦ ପାର୍ଟି କରିଥିଲେ ଏବଂ ଏହାପରେ ନିର୍ଧୁମ୍‌ ପିଟି ତାଙ୍କୁ ଦରମରା କରି ପକାଇଥିଲେ । ଘରେ ପହଞ୍ଚିବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଘଟଣା ଗ୍ରେଟର ନୋଏଡାର ମହମ୍ମଦପୁର ଗୁର୍ଜର ଗାଁରେ ଘଟିଛି । ୟୁଟ୍ୟୁବରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗାଁର ୬ ଜଣ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ୨୮ ତାରିଖ ରାତିରେ ମନୀଷ ନାମକ ଯୁବକ ନିଜ ଘରେ ମଦ ପାର୍ଟି ପାଇଁ ୟୁଟ୍ୟୁବର ଦୀପକ ନାଗରଙ୍କୁ ଡକାଇଥିଲେ । ଏଠାରେ ସାଙ୍ଗମାନେ ମିଶି ପ୍ରଥମେ ମଦ ପିଇ ପାର୍ଟି କରିଥିଲେ ଏବଂ ପରେ କୌଣସି କାରଣକୁ ନେଇ ଦୀପକଙ୍କୁ ପିଟାପିଟି କରିଥିଲେ ।

ମାରପିଟ ପରେ ଦୀପକ ଆହତ ଅବସ୍ଥାରେ ଘରେ ପହଞ୍ଚିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ କହିଛି ଯେ ମଦ ପାର୍ଟିରେ ଦୀପକଙ୍କ ମୁଣ୍ଡକୁ ମୁଥ ମରାଯାଇଥିଲା । ଘରେ ପହଞ୍ଚିବାର ୨ ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତରମାନେ ଜାଣିବାକୁ ପାଇଥିଲେ କି, ଦୀପକଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧୁଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା ।

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.